Odiapua.com

୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ

ଭୁବନେଶ୍ୱର ୧୪-୬ (ଓଡ଼ିଆ ପୁଅ) ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ ହୋଇଛି।

ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ କଳାକାର ସାମିଲ ହୋଇଥିଲେ। କଳାହାଣ୍ଡିର ଘୁମୁରା, କୋରାପୁଟର ଢେମସା, ବରଗଡର ଡାଲଖାଇ, ଖୋର୍ଦ୍ଧାର ଘୋଡାନାଚ ଏବଂ ଗଞ୍ଜାମର ବାଘନାଚ ପରିବେଷଣ କରାଯାଇଥିଲା।

ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କଳାକାରମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଭର୍ଚୁଆଲ୍ ମାଧ୍ୟମରେ ପରିବେଷଣ କରାଯାଇଥିଲା।