Odiapua.com

୩ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମାଲକାନଗିରି ଗସ୍ତ,ଜିଲ୍ଲାହସପିଟାଲ ପରିଦର୍ଶନ କରି ମୋ ସରକାର ଯୋଜନାର ସମୀକ୍ଷାକଲେ

ମାଲକାନଗିରି,୯ା୧୦(ଓଡିଆ ପୁଅ) ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆରମ୍ଭ ହେବା ପରେ ପ୍ରଥମଥର ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ହସପିଟାଲରେ ଆଜି ହଟାତ ପହଁଚି ତିନିଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କ ଫାଇଭ ଟି ଓ ମୋ ସରକାର ଯୋଜନା କେମିତି ଚାଳିଛି ଅନୁଧ୍ୟାନ କରି ରୋଗୀଙ୍କ ସହିତ କଥାହୋଇ ଭୁବନେଶ୍ୱର ଫେରି ଯାଇଛନ୍ତି । ରାଜ୍ୟସରକାରଙ୍କ ପାଇଭ ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି.କେ. ପାଣ୍ଡିଆନ,ଅର୍ଥବିଭାଗ ପ୍ରମୁଖ ସଚିବ ଅଶୋକକୁମାର ମୀନା,ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଠାରେ ପହଁଚି ପ୍ରଥମେ ନୂତନ ସାତମହଲା ଜିଲ୍ଲାହସପିଟାଲ ପରିଦର୍ଶନ କରିଥିଲେ । ତିନି ବରିଷ୍ଠ ପ୍ରଶାସନିକ ଅଧିକାରୀ ହସପିଟାଲର ସମସ୍ତ ବିଭାଗର ପରିଦର୍ଶନ କରି ହସପିଟାଲରେ ମୋ ସରକାର ଯୋଜନା କେମିତି ଚାଲିଛି ଅନୁଧ୍ୟାନ କରିବା ସହିତ ରୋଗୀମାନଙ୍କୁ ଭେଟି ସେମାନଙ୍କୁ ଉତମ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଛି କି ନିହିଁ ପଚାରି ବୁଝିଥିଲେ । ହସପାଟିଲ ସମ୍ମିଳନୀ କକ୍ଷରେ ୫ଟି ଓ ମୋ ସରକାର ଯୋଜନା ସଂପର୍କରେ ଏକ ସମୀକ୍ଷା ବୌଠକ ରେ ଯୋଗଦେଇ ଥିଲେ । ହସପିଟାଲ ପରିସରରେ ରୋଗୀଙ୍କ ସଂପର୍କମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାଟିଂନ ସହିତ ବିଶ୍ରାମଗୃହ ନିର୍ମାଣ ହେବ,ଗୁରୁତର ରୋଗୀଙ୍କୁ ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ କଟକ,ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସାର ବ୍ୟବସ୍ଥା କରାଯିବ । ହସପିଟାଲ ରେ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇ ରୋଗୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ର ବ୍ୟବସ୍ଥା ହେବ,ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ପ୍ରତି ମାସରେ କଟକ,ବ୍ରହ୍ମପୁର, ବିଶାଖାପାଟଣା ବଡ ବଡ ହସପାଟିଲାରୁ ବିଶେଷଜ୍ଞ ଡାକ୍ତର ମାନଙ୍କୁ ହେଲିକେପ୍ଟର ରେ ମାଲକାନଗିରି ହସପିଟାଲକୁ ଅଣା ଯାଇ ରୋଗୀମାନଙ୍କୁ ଉତମ ଚିକିତ୍ସା ଯୋଗଇଦେବା ପାଇଁ ଏହି ବୈଠକରେ ନିସ୍ପତି ନିଆଯାଇଥିବାର ଜଣାପଡିଛି ।ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ରିଶିକେଶ ଖିଲାରୀ ଡି,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅଜୟକୁମାର ବୈଠାରୁ,ହସପିଟାଲ ସୁପରି ଟେଣ୍ଡେଟଂ ତଥା ଅଥିରିକ୍ତ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଡା ଅନିଲକୁମାର ମିଶ୍ର ଙ୍କ ସହିତ ଅନ୍ୟାନ ଡାକ୍ତର ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇଥିଲେ ,