Odiapua.com

୩ଟ୍ରାକ୍ଟର ଜବତ; ଦୁଇ ମାମଲା ଋଜୁ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଓ ମଞ୍ଜୁରୀରୋଡ ଫାଣ୍ଡି ପକ୍ଷରୁ ରବିବାର ୩ଟି ବେଆଇନ ବାଲିବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଝୁଟୁଣା ଅଞ୍ଚଳରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଥାନା ପୁଲିସ ତନଖି ପାଇଁ ଅଟକାଇବାକୁ ଚାଳକ ଦ୍ୱୟ ଦୌଡି ପଳାଇଥିଲେ । ଟ୍ରାକ୍ଟର ଦୁଇଟିକୁ ଜବତ କରାଯାଇ ୨୪୦/୨୦ ନଂ ମାମଲା ଋଜୁ କରାଯାଇଛି । ସେହିପରି ଥଇଳା ଅଞ୍ଚଳରୁ ଓଡି ୨୨ ଏଚ ୧୬୦୯ ନଂ ବେଆଇନ ବାଲିବୋଝେଇ ଟ୍ରାକ୍ଟରକୁ ଫାର୍ଡି ପୁଲିସ ଜବତ କରି ଚାଳକକୁ ଗିରଫ କରିଛି । ଏଥିନେଇ ୨୩୯/୨୦ନଂ ମାମଲା ଋଜୁ ହୋଇଛି ।