Odiapua.com

୩ଟି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ଵର,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩ଟି ପ୍ରକଳ୍ପ ମଧ୍ୟରୁ ପ୍ରଥମଟି ଐତିହ୍ୟ ସୁରକ୍ଷା ଅଂଚଳ। ଶ୍ରୀମନ୍ଦିର ୭୫ ମିଟର ଅଂଚଳ ମଧ୍ୟରେ ଏହାର ଭୌଗୋଳିକ ଅବସ୍ଥିତି, ବିଭିନ୍ନ ଦେବଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ଜଡିତ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଂଚଳର ପୁନର୍ବିନ୍ୟାସ କରାଯିବ। ଏ ସବୁର ତଦାରଖ ପାଇଁ ଗଠନ ହେବ ଏକ ବିଶେଷଜ୍ଞ ପ୍ୟାନେଲ। ମେଘନାଦ ପାଚେରୀଠାରୁ ୭୫ ମିଟର ଅଞ୍ଚଳ ମଧ୍ୟରେ ଚଳାଚଳ ପାଇଁ ୧୫ ମିଟର ଅଂଚଳରେ ରାସ୍ତା କରାଯିବ। ବାକି ୬୦ ମିଟିର ଅଂଚଳର ପୁନର୍ବିନ୍ୟାସ କରାଯିବ। ସେହିପରି ଏମ୍‌ଆର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରୀର ହେବ ପୁନନିର୍ମାଣ। ଏହି ଲାଇବ୍ରେରୀକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ। ଏଥିପାଇଁ ବିନିଯୋଗ ହେବ ୨୫କୋଟି ଟଙ୍କା। ସେହିପରି ବିସ୍ଥାପିତ ପରିବାର ପାଇଁ ମନ୍ଦିରଠାରୁ ଦେଢ କିଲୋମିଟର ଅଂଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ୬ ଶହଟି ଗୃହ ନିର୍ମାଣ କରାଯିବ।