Odiapua.com

୩ଜଣ ମୋବାଇଲ ଲୁଟେରା ଗିରଫ

ନୟାଗଡ଼, ୨୮ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଥାନା ପୁଲିସ ଆଜି ୩ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ନୟାଗଡ଼ ବଜାରର ବିଭିନ୍ନ ମୋବାଇଲ ଦୋକାନରୁ ମୋବାଇଲ ଚୋରି ହେଉଥିବା ନେଇ ପୁଲିସରେ ଅଭିଯୋଗ ହେଉଥିଲା। ନୟାଗଡ଼ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି, ଏସଆଇ ସ୍ମୃତି ରଂଜନ ମହାନ୍ତି ଓ ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ଦୁର୍ଗାପ୍ରସାଦ ଅଂଚଳରୁ ୩ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୫ଟି ମୋବାଇଲ ଫୋନ ଜବତ କରାଯାଇଛି।