Odiapua.com

୩ଜଣ ଚୋରା ମଦ ବେପାରୀଙ୍କୁ ଧରି ପୁଲିସ ଜିମା ଦେଲେ ମହିଳା, ବାଇକ ଜବଦ

ହାଟଡ଼ିହି-୨୮/୪, ହାଟଡିଡି ବ୍ଲକର ବିଭିନ୍ନ ଗାଁରେ ଚୋରା ଦେଶୀ ମଦ ପ୍ରସ୍ତୁତକାରୀ ମାନେ ଏବେ ଘରେଘରେ ମଦ ପ୍ରସ୍ତୁତକରି କଏହାକୁ କୁଟୀର ଶିଳ୍ପରେ ପରିଣତ କଲେଣି । ଏହି ବ୍ଲକର ଅନ୍ଧାରୀ, ପୁରୁଣାପାଣି, ରଙ୍ଗମାଠିଆ, ସରଳା ଆଦି ଗ୍ରାମରେ ଏବେ ଘରେଘରେ ମଦ ତିଆରି ଚାଲିଛି । ଆଜି ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ପୋଡାସିଙ୍ଗିଡି ଗ୍ରାମର ମହିଳାମାନେ ରଙ୍ଗାମାଠିଆ ଗ୍ରାମରୁ ବହୁ ପରିମାଣର ପୋଚ ନଷ୍ଟ କରିବା ସହିତ ତିନିଜଣ ଚୋରା ମଦବ୍ୟବସାୟୀକୁ ଧରି ପୁଲିସ ଜିମା ଦେଇଛନ୍ତି । ଖବରରୁ ଜଣାଯାଇଛି ପନ୍ଦାଡୋ ପଞ୍ଚାୟତର ରଙ୍ଗମାଠିଆ ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ଅନେକ ପୁରୁଷ ଓ ମହିଳା ପ୍ରତିଦ୍ୱନ୍ଦିତା ଭିତିରେ ମଦରାନ୍ଧୁଛନ୍ତି । ଅନେକ ଲୋକ ନିକଟସ୍ଥ ନାଳ ନିକଟରେ ଚୋରାରେ ମଦ ପ୍ରସ୍ତୁତ କରି ହାଟଡିହି ବ୍ଲକ ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମଧ୍ୟ ଯୋଗାଉଛନ୍ତି । ଏନେଇ ଆଖପାଖ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବିରୋଧ ସତ୍ତ୍ୱେ ଏହା ଥମିବାର ନାଁ ଧରୁନି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହି ଚୋରା ମଦକାରବାରେ ଅଙ୍କୁଶ ଲାଗି ପାରୁନି । ଏବେ କରୋନା ଲକଡାଉନ ସମୟରେ ଏହି ଦେଶୀ ମଦର ଦାମ ୩ଗୁଣ ବଢ଼ିଆଯାଇଥିବାରୁ ଅନେକ ଯୁବକ ଏହି କାରବାରକୁ ଆପଣେଇ ନେଇଛନ୍ତି । ଗତ କିଛିଦିନ ହେଲା ପୋଡାସିଙ୍ଗିଡି ଗାଁ ଦେଇ ରାତିରେ ଅନେକ ମଟରସାଇକେଲ ଯାଉଥିବାରୁ ଗାଁ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ହୋଇଥିଲା । ଗତକାଲି ରାତିରେ କିଛି ମହିଳା ଜଗି ଏଥିପାଇଁ ଜଗି ରହିଥିବାବେଳେ ତିନୋଟି ମଟର ସାଇକେଲକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଦୁଇଟି ମଟର ସାଇକେଲ କୌଶଳକ୍ରମେ ଖସି ଯାଇଥିଲା । କିନ୍ତୁ ମହିଳାମାନେ ଗୋଟିଏ ମଟର ସାଇକେଲରେ ଥିବା ବଡରମ୍ପାସର ରଞ୍ଜନ ପରିଡା ଓ ସୁକୁରା ସେଠୀ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଧରିବା ସହ ତାଙ୍କ ନିକଟରୁ ୧୫ଲିଟର ଦେଶୀ ମଦ ଜବଦ କରିଥିଲେ । ସେମାନେ ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ବେହେରାଙ୍କୁ ଜଣାଇବାପରେ ସରପଞ୍ଚଙ୍କ ପହଞ୍ଚି ଏନେଇ ସୋସୋ ପୁଲିସକୁ ସୁଚନା ଦେଇôତଲେ । ସୋସୋ ପୁଲିସ ଗାଁରେ ପହଞ୍ଚି ବାଇକ ସହିତ ଦୁଇଜଣଙ୍କୁ ଗିରଫକରି ଥାନାକୁ ନେଇଥିଲେ । ପରେ ଗାଁର ଅନୁପମା ଦେହୁରୀ, ରେବ ଦେହୁରୀ, ଗୌରୀ ଦେହୁରୀ, ବାସନ୍ତି ନାଇକ, ଶ୍ରୀମତୀ ବିଶ୍ୱାଳ, ଟିକି ଦଳେଇ, ତିଳୋତ୍ତମା ନାଇକ, ମଙ୍ଗୁଳି ସେନାପତିଙ୍କ ସମେତ ମହିଳାମାନେ ସ୍ଥାନୀୟ ସରପଞ୍ଚଙ୍କୁ ଡାକି ପୁଲିସ ସହିତ ରଙ୍ଗମାଠିଆ ଗାଁକୁ ଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହିତ ଅନେକ ମଦରନ୍ଧା ସାମଗ୍ରୀ ନଷ୍ଟ କରିଛନ୍ତି । ମନ୍ଦ ପ୍ରସ୍ତୁତ କରୁଥିବା ବିଜୟ ମୁଣ୍ଡାକୁ ମଧ୍ୟ ପୁଲିସ ଧରିନେଇଛି ।