Odiapua.com

୨ ସାମ୍ୱାଦିକଙ୍କ ପରିବାରକୁ ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ

ଯାଜପୁର୯ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ପୈାରାଂଚଳ କୁଆଁସରପୁରର ସାମ୍ୱାଦିକ ସ୍ୱର୍ଗତ ଊତ୍କଳ କୁମାର ଜେନାଙ୍କର ବିଧବା ପତ୍ନୀ ହରିପ୍ରିୟା ମିତ୍ର। ସଂଚାର ଖବର କାଗଜରେ କାର୍ଯ୍ୟ କରୁଥିବା ସାମ୍ୱାଦିକ ସ୍ୱର୍ଗତ ଊତ୍କଳ କୁମାର ଜେନାଙ୍କରୁ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେବା ବେଳେ ଗୋପବନ୍ଧୁ କାର୍ଯ୍ୟରତ ସାମ୍ୱାଦିକ ସ୍ୱାତ୍ସ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଏମ୍‌.ବି.ସି. ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବଡଚଣା ବ୍ଳ୍‌କ ସୁଙ୍ଗୁଡା ଗ୍ରାମର ଅନିରୁଦ୍ଧ ସାମନ୍ତରାୟଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଅନିରୁଦ୍ଧଙ୍କ ପତ୍ନୀ ଭାରତୀ ତ୍ରିପାଠୀଙ୍କ ନାମରେ ମଧ୍ୟ ଏହି ଅର୍ଥ ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କର କାର୍ଯ୍ୟରତ ସାମ୍ୱାଦିକ କଲ୍ୟାଣ ପାଣ୍ଠି ଯୋଜନାରୁ ଊଭୟଙ୍କ ପରିବାରକୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଇଲେକ୍ରେ୍ଟାନିକ୍ସ ଟ୍ରାନ୍‌ସପଂର ମାଧ୍ୟମରେ ୪ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା ହରିପ୍ରିୟା ମିତ୍ରଙ୍କ ଘରକୁ ଯାଇ ଏହି ଅର୍ଥ ପ୍ରଦାନ ସଂପର୍କରେ ସୂଚନା ଦେବା ସହ ପାଶବୁକ୍‌ରେ ତାହା ଆସିଥିବାର ଦେଖିଥିଲେ। ଏହି ଅର୍ଥ ମୋ ପିଲାର ପାଠପଢା ଓ ମୋ ପରିବାର ଚଳିବାରେ ବିଶେଷ ଅବଦାନ ରଖିବ ବୋଲି ସେ କୋହ ଭରା କଣ୍ଠରେ ସୂଚନା ଦେଇଚ୍ଥନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ପାଇଁ ତାଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ ଓ କୋଭିଡରେ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଊଛି। ଯାଜପୁର ଜିଲ୍ଲାର ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ସ୍ୱର୍ଗତ ଊତ୍କଳ ଓ ଅନିରୁଦ୍ଧଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ କୋଭିଡରେ ମୃତ୍ୟୁ ପାଇଁ ସାମ୍ୱାଦିକ ସ୍ୱର୍ଗତ ଅଶୋକ କୁମାର ସାହୁ ଓ ସ୍ୱର୍ଗତ ପ୍ରଭାତ କୁମାର ରାଊତରାୟଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟତମ ସାମ୍ୱାଦିକ ବାଲିଚନ୍ଦ୍ରପୁରର ସ୍ୱର୍ଗତ ରତିକାନ୍ତ ବଳଙ୍କର କୋଭିଡ ମୃତ୍ୟୁ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଅନୁମୋଦିତ ହୋଇଛି ଯାହାକି ଖୁବ୍ ଶିଘ୍ର ତାଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।