Odiapua.com

୨ ସଡକ ଦୁର୍ଘଟଣାରେ ୨ ଜଣ ଆହତ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ଆଜି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଯାଜପୁରଟାଉନ ଥାନା ସାନସୁଆର ଗ୍ରାମର ସୌମ୍ୟରଞ୍ଜନ ନାୟକ(୫୦) ଓଡି ୨୨ ବି ୯୮୩୭ନଂ ବାଇକ ଯୋଗେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଗୋଖାଦ୍ୟ ପରିବହନ କରି ଯାଉଥିବା ଏପି ୦୫ ଟି ବି ୧୩୫୯ ନଂ ଟ୍ରକ ପାଳଦାବାଙ୍କ ଚକବନ୍ଦୀ ଅଫିସ ସମ୍ମୁଖରେ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀର ମୁଣ୍ଡ ଓ ବାମଗୋଡ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୌମ୍ୟଙ୍କୁ ଭଦ୍ରକ ରେଫର କରାଯାଇଛି । ପୁଲିସ ଟ୍ରକ ଓ ଚାଳକକୁ ଅଟକ ରଖିଥିବା ଜଣାଯାଇଛି । ସେହିପରି ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର କିଶୋର ସେନାପତି(୫୨) ଧାମନଗର ଛକରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପଛରୁ ଏକ ଅଜଣା ଟ୍ରକ ଧକକା ଦେବାରୁ ସେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭତ୍ତି ହୋଇଛନ୍ତି । ତାଙ୍କୁ ମଧ୍ୟ ଭଦ୍ରକ ରେଫର କରାଯାଇଛି ।