କେନ୍ଦ୍ରାପଡା ୫/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ +୨ ବିଜ୍ଞାନ ପଢିବାକୁ ଚାହୁଁଥିବା ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ଫିସ ଛାଡ କରିବାକୁ ନିଷ୍ପତି ନେଇଛି ଆମେଜ। ଏହି କନିଷ୍ଠ ମହାବିଦ୍ୟାଳୟର କର୍ମକର୍ତ୍ତା, ନିର୍ଦେଶକ ଓ କେନ୍ଦ୍ରାପଡା ଆକାଶ କୋଚିଂ ଇନଷ୍ଟିଟ୍ୟୁଟର ନିର୍ଦେଶକ ଅଧ୍ୟାପକ ବେଣୁଧର ସାହୁ ଏସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ରାଜ୍ୟର ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଲୋକମାନେ ଜୀବିକା ହରାଇଥିବା ବେଳେ ବ୍ୟବସାୟ ବନ୍ଦ ହୋଇଯାଇଛି। ଲୋକମାନଙ୍କ ଆର୍ଥିକମାନଦଣ୍ଡ ବିପର୍ଯ୍ୟସ୍ତ ହୋଇପଡିଛି। ସେମାନଙ୍କ ପିଲାମାନେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ପିଲାଙ୍କୁ ଅଧିକ ପାଠପଢାଇବାକୁ ପାଖରେ ପଇସା ନାହିଁ। ଏଭଳି ଅସୁବିଧା ସମୟରେ ସେହି ଗରୀବ ତଥା ମେଧାବୀ ପିଲାମାନଙ୍କୁ ପ୍ରବେଶିକା ଫିସ ଛାଡ କରିଛି ଆମେଜ ଜୁନିଅର କଲେଜ ଓ ଆକାଶ କୋଚିଂ ଇନଷ୍ଟିଟ୍ୟୁଟ। ଏହି ଅନୁଷ୍ଠାନରେ +୨ ବିଜ୍ଞାନ ପାଠ ପଢିଲେ ପିଲାମାନଙ୍କୁ ପ୍ରବେଶିକା ଫିସ ଦେବାକୁ ପଡିବ ନାହିଁ ଓ ଆକାଶ କୋଚିଂରେ ପଢିଲେ ପିଲାଙ୍କୁ ୫୦ପ୍ରତିଶତ ଫିସ ଛାଡ କରାଯିବ ବୋଲି ନିର୍ଦେଶକ ଶ୍ରୀ ସାହୁ ଜଣାଇଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ସମୟରେ ଶହ ଶହ ଲୋକମାନଙ୍କୁ ଚୁଡା, ଚାଉଳ, ଡାଲି, ଚିନି, ବିସ୍କୁଟ, ଆଳୁ, ପିଆଜ, ତେଲ ପ୍ରଭୃତି ଲୋକମାନଙ୍କୁ ପ୍ରଦାନ କରିଥିଲେ। ସେହିପରି କରୋନା ଡ୍ୟୁଟି କରୁଥିବା ପୋଲିସ ଭାଇମାନଙ୍କୁ ମାସ୍କ, ବିସ୍କୁଟ ଓ ସାନିଟାଇଜର ବଂଟନକରି ଜଣେ କରୋନା ଯୋଦ୍ଧା ହୋଇଥିଲେ ଶ୍ରୀ ସାହୁ। ଏଥିପାଇଁ କେନ୍ଦ୍ରାପଡାବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।