Odiapua.com

+୨ ବିଜ୍ଞାନ ପରୀକ୍ଷାରେ ଅବନ୍ତୀକା କଲେଜର ବାଜିମାତ୍

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତୀକ୍ଷିତ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ସାରା ଓଡ଼ିଶାରେ ନୈରାଶଜନକ ପରୀକ୍ଷା ଫଳ ହୋଇଥିଲେ ବି ଅବନ୍ତୀକା କଲେଜ କିନ୍ତୁ ସଫଳତାର ଶିଡ଼ି ଚଢ଼ିବାରେ ପଛେଇ ନାହିଁ। ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ପାସ୍ ହାର ୯୫ ପ୍ରତିଶତ ରହିଛି। ଅନୁଷ୍ଠାନର ଛାତ୍ର ସେକ୍ ଏରସ୍ତାଦ୍ ଇକ୍ବାଲ୍ ସବୁଠୁ ଅଧିକ ୮୦ ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୬ ଜଣ ଏବଂ ଦ୍ୱିତୀୟ ଶ୍ରେଣୀରେ ୫୪ଜଣ ପାସ୍ କରି ଅନୁଷ୍ଠାନ ତଥା ଭଦ୍ରକ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ପ୍ରକାଶ ଥାଉକି; ଭଦ୍ରକ ଜିଲ୍ଲାରେ ଅବନ୍ତୀକା +୨ ଆବାସିକ ବିଜ୍ଞାନ କଲେଜ ଏକ ଶୃଙ୍ଖଳିତ ଓ ମର୍ଯ୍ୟାଦାସମ୍ପନ୍ନ କଲେଜ ଭାବେ ଖ୍ୟାତି ଲାଭ କରିଛି। ଅବନ୍ତୀକା କଲେଜର ଏ ସଫଳତାରେ ଅଂଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି।