Odiapua.com

+୨ ବିଜ୍ଞାନ ପରୀକ୍ଷାରେ ଅବନ୍ତିକା କଲେଜର ସଫଳତା

ଭଦ୍ରକ, ୧୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସମର୍ପିତ ହୃଦୟ ଓ କଠୋର ସାଧନା ବଳରେ ସଫଳତା ପାଖଛଡ଼ା ହୁଏ ନାହିଁ। ନିଷ୍ଠାର ସହ କାର୍ଯ୍ୟ କଲେ ଉନ୍ନତିର ଶିଖର ଛୁଇଁ ହୁଏ। ୨୦୧୦ ମସିହାରୁ ଚରମ୍ପାରେ ଅବସ୍ଥାପିତ ଅବନ୍ତିକା କଲେଜ ଭଦ୍ରକର ଏକ ଆଗଧାଡ଼ିର +୨ ବିଜ୍ଞାନ ଆବାସିକ କଲେଜ ସର୍ବୋଚ୍ଚ ନମ୍ବର ରଖି ଏକ ନମ୍ବର କଲେଜ ରୂପେ ପ୍ରମାଣିତ ହୋଇଛି। ଶ୍ରୀ ବିକାଶ କୁମାର ଲେଙ୍କା ୬୦୦ ମାର୍କରୁ ୫୧୬ (୮୬ ପ୍ରତିଶତ) ମାର୍କ ରଖି ଏହାର ସଫଳତାକୁ ଶୀର୍ଷରେ ପହଞ୍ଚାଇଛି, ଯାହାକି ଭଦ୍ରକ ଜିଲ୍ଲାର ଅନ୍ୟ ଆବାସିକ କଲେଜ ତୁଳନାରେ ସର୍ବାଧିକ। କାନ୍ତକବି ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ୍‌ରେ ୪୮୨ ନମ୍ବର ରଖି ପାଶ୍ କରିଥିବା ବିକାଶ ଅବନ୍ତିକା କଳେଜରୁ ଏ ସମ୍ମାନଜନକ ନମ୍ବର ୫୧୬ରେ ଉର୍ତ୍ତୀର୍ଣ୍ଣ ହେବା କମ୍ ଗୌରବର ବିଷୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିବା ସ୍ଥଳେ ଅଭିଭାବକମାନଙ୍କ ମନରେ ଆନନ୍ଦ ଖେଳାଇ ଦେଇଛି। ଉକ୍ତ ଛାତ୍ର ଏହାର ଶ୍ରେୟ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ପରିଚାଳନାକୁ ଦେଇଥିବା ବେଳେ, ତା’ର ପିତାମାତା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି।