Odiapua.com

୨ ଦିନିଆ ଓଡିଶା ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ୨୭ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାତିରେ ରାଜଭବନରେ ରହିବେ । ପରେ ୨୮ ତାରିଖ ସକାଳ ୬ଟା ୧୦ରେ ଗୋପାଳପୁର ଯାଇ ଦିନ ୧୧ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ଡିଜି କ୍ୟାମ୍ପ ଅଫିସରେ ଡିଜପିିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଏଥିରେ ସ୍ପେଶାଲ ଡିଜି ସୁନୀଲ ରୟ, ଆଇଜି ଅପରେସନ, କୋଷ୍ଟଗାର୍ଡ ଏଡିଜି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ପୋଲିସ କମିଶନର ଉପସ୍ଥିତ ଅଛନ୍ତି । ବୈଠକରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଉଛି ।