Odiapua.com

+୨ ଅବନ୍ତିକା ବିଜ୍ଞାନ କଲେଜର ଶତ ପ୍ରତିଶତ ସଫଳତା

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ, ପ୍ରଶାସନିକ ଭିତ୍ତିଭୂମି ମେଧାଶକ୍ତିକୁ ଉଜ୍ଜିବୀତ କରି ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ ବୋଲି +୨ ବିଜ୍ଞାନର ବିକଳ୍ପ ମୂଲ୍ୟାୟନ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଅବନ୍ତିକା ବିଜ୍ଞାନ କଲେଜ ତା’ର ନିଜସ୍ୱ ଗାରିମା ବଜାୟ ରଖି ଶତ ପ୍ରତିଶତ ସଫଳତା ହାସଲରୁ ସ୍ପଷ୍ଟ ଅନୁମାନ କରିହୁଏ । ମୋଟ ୧୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଏକ ଗୌରବଜ୍ଜେ୍ୱାଳ ଅଧ୍ୟାୟ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେମାନଙ୍କ ମଧ୍ୟରୁ ୭୪ଜଣ ପ୍ରଥମ ଶ୍ରେଣୀ, ୨୭ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୪ଜଣ ତୃତୀୟ ଶ୍ରେଣୀ ଲାଭ କରିଛନ୍ତି । ତିହିଡ଼ି ସି.ଆର୍‌.ଏସ୍‌. ହାଇସ୍କୁଲର ସଫଳ ଛାତ୍ରୀ ମାନସୀ ବେହେରା ଅବନ୍ତିକା କଲେଜରୁ +୨ ବିଜ୍ଞାନରେ ୫୩୮ ନମ୍ବର ରଖି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ଏହା କମ୍ ଗୌରବର କଥା ନୁହେଁ । ଆହୁରି ମଧ୍ୟ ଅତୀତକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ୨୦୨୦ ମସିହା +୨ ବିଜ୍ଞାନ ପରୀକ୍ଷାରେ ବିକାଶ ଲେଙ୍କା ୫୧୬ ନମ୍ବର ରଖି ଅବନ୍ତିକା କଲେଜକୁ ସୁନାମ ଆଣି ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ, ଏହାର ଆଦର୍ଶ ଶିକ୍ଷାଦାନ ପଦ୍ଧତି, ଦୃଢ଼ ଭିତ୍ତିଭୂମି ଛାତ୍ରଛାତ୍ରୀମାନଙ୍କ ସମ୍ଭାବନାମୟ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଏକ ଏକ ମାଇଲ୍ ଖୁଣ୍ଟ । କଲେଜର ସଫଳତାରେ ସାରା ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲା ତଥା ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।