Odiapua.com

୨୯ ୱାର୍ଡ଼ରେ ବିଜୁ ମହିଳା ଜନତା ଦଳର ନର୍ବାଚନୀ ସଭା

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ମହିଳା ଜନତା ଦଳର ଏକ ଆଞ୍ଚଳିକ ସମ୍ମିଳନୀ ଓ ନିର୍ବାଚନୀ ସଭା ୨୯ ନଂ ୱାର୍ଡ଼ରେ ଅନୁଷ୍ଠିତ ହୋଇଯାଇଛି। ମୟୁରଭଂଜ ଜିଲ୍ଲା ଉଦଳାର ପୂର୍ବତନ ବିଧାୟକ ତଥା ୨୯ ନୱାର୍ଡ଼ର ବିଜେଡି ପ୍ରଭାରୀ ଶ୍ରୀନାଥ ସୋରେନ୍ ଏଥିରେ ଅଧ୍ୟକ୍ଷତା କରିବା ସହିତ ଆସନ୍ତା ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାର ବିଭିନ୍ନ ଧାରା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ନୀତି ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରିବା ପାଇଁ ଶ୍ରୀ ସୋରେନ୍ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଉମିଲତା ଦାସ, ପୂର୍ବତନ ପୌରପାଳ ଆଲୋକ ସାହୁ, ବିଜେଡି ଜିଲ୍ଲା ମହିଳା ନେତ୍ରୀ ରଂଜିତା ମହାପାତ୍ର, ପୂର୍ବତନ କାଉନସିଲର ଅନୁପ ସ୍ୱାଇଁ, କାର୍ତ୍ତିକ ଚନ୍ଦ୍ର ସାହୁ, ସୁଦୀପ୍ତ ପିଟର ପ୍ରମୁଖ ଏଥିରେ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବା ପାଇଁ ତୃଣମୂଳସ୍ତରରୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବତନ ବିଧାୟକ ଶ୍ରୀ ସୋରେନ୍‌ଙ୍କ ସହଯୋଗୀ ଶଶଧର ମଲ୍ଲିକ୍ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।