Odiapua.com

୨୯ ନଂ ୱାର୍ଡ଼ରେ ବିଜେଡିର ନର୍ବାଚନୀ ସଭା – ଯୋଗ୍ୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ବିଜୟୀ ନିବେଦନ

ବାଲେଶ୍ୱର, ୨୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ୨୯ ନଂ ୱାର୍ଡ଼ରେ ଏକ ନିର୍ବାଚନୀ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କ୍ୟାଥୋଲିକ୍ ପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଂଜ ଜିଲ୍ଲା ଉଦଳାର ପୂର୍ବତନ ବିଧାୟକ ତଥା ଏହି ୱାର୍ଡ଼ର ବିଜେଡି ପ୍ରଭାରୀ ଶ୍ରୀନାଥ ସୋରେନ୍ ଅଧ୍ୟକ୍ଷତା କରିବା ସହିତ ଆସନ୍ତା ସଦର ଉପ-ନିର୍ବାଚନରେ ଏକମାତ୍ର ଯୋଗ୍ୟପ୍ରାର୍ଥୀ ବିଜେଡିର ସ୍ୱରୂପ ଦାସଙ୍କୁ ଜିତାଇବାକୁ କହିଥିଲେ। ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ପ୍ରମୁଖ ଏଥିରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ସୁଶାସନ ଉପରେ ଭରସା କରି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ବିଜୟୀ କରିବାକୁ ଉପସ୍ଥିତ ୱାର୍ଡ଼ବାସୀଙ୍କୁ ନିବେଦନ କରିଥିଲେ। ପୂର୍ବତନ ପୌରପାଳ ଆଲୋକ ସାହୁ, ବରିଷ୍ଠ ବିଜେଡି ନେତା ସନତ ଦାସ, ଆଇନଜୀବୀ ଦୀପକ ଦାଶ ପ୍ରମୁଖ ଏଥିରେ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ପୂର୍ବତନ ୱାର୍ଡ଼ କାଉନସିଲର ଅନୂପ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ କାର୍ତ୍ତିକ ଚନ୍ଦ୍ର ସାହୁ, ସୁଦୀପ୍ତ ପିଟର, ଅରୂପ ଯୋଶେଫ, ତୁଫାନ୍ ଆନ୍ଥୋନି ପ୍ରମୁଖ ପରିଚାଳନା କରିଥିଲେ। ଶ୍ରୀ ସୋରେନ୍‌ଙ୍କ ସହଯୋଗୀ ଶଶଧର ସ୍ୱାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।