Odiapua.com

୨୭୨ କେରଳ ଫେରନ୍ତାକୁ ନେଇ କେନ୍ଦ୍ରାପଡାରେ ପହଁଚିଲା ବସ

କେନ୍ଦ୍ରାପଡ଼ା ୩/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କେରଳରେ ରହିଯାଇଥିବା କେନ୍ଦ୍ରାପଡା ଜିଲ୍ଲାର ୨୭୨ଜଣ ପ୍ରବାସୀଙ୍କୁ ନେଇ କେନ୍ଦ୍ରାପଡାରେ ପହଁଚିଛି ଏକ ବସ। ସେମାନଙ୍କ ମଧ୍ୟରୁ ଜିଲ୍ଲାର ରାଜନଗର ବ୍ଲକର ସର୍ବାଧିକ ୧୫୬ଜଣ ଥିବା ବେଳେ ରାଜକନିକା ବ୍ଲକର ୩୦ଜଣ, ମହାକାଳପଡା ବ୍ଲକର ୨୫ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୨୩ଜଣ, କେନ୍ଦ୍ରାପଡା ବ୍ଲକର ୧୯ଜଣ, ଆଳି ବ୍ଲକର ୧୩ଜଣ ଥିବା ବେଳେ ଡେରାବିଶି ବ୍ଲକର ୫ଜଣ ଅଛନ୍ତି। କେରଳରୁ ଆସିଥିବା ସମସ୍ତଙ୍କୁ ସେହି ଅଚଂଳର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।