Odiapua.com

୨୭ରୁ ବୀରଗୋବିନ୍ଦପୁର ପ୍ରସିଦ୍ଧ କାଳୀପୂଜା

ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ କାଳୀପୂଜା ଆସନ୍ତା ୨୭ଓ ୨୮ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏ ଉପରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇନଶୃଙ୍ଖଳା ସହ ନିରବଚ୍ଚିନ୍ନ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏ ଉପରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ କାଳୀପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ସହ ପାନୀୟ ଜଳଯୋଗାଣ, ବିଦ୍ୟୁତ୍, ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯେପରି ଶୃଙ୍କଳିତ ହୋଇପାରିବ, ସେ ଦିଗରେ ଦୃଷ୍ଟି ଦେବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୀଠ ସ୍ଥଳରେ ବଳି ସହ ପ୍ଲାଷ୍ଟିକ ବର୍ଜନ ଉପରେ କଟକଣା ଜାରି କରାଯାଉଛି। ସଂପୃକ୍ତ ଅଞ୍ଚଳର ରାସ୍ତାଘାଟ ପରିଚ୍ଛନତା, ଯାନବାହନ ପରିଚାଳନା, ଭସାଣି ପର୍ବ ଯେପରି ଶାନ୍ତିଶୃଙ୍ଖଳା ସହ ଶେଷ ହେବ ସେ ଉପରେର ଦୃଷ୍ଟି ଦେବାକୁ ପୁଲିସ ବିଭାଗକୁ କୁହାଯାଇଛି। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡ଼ିଓ ସରୋଜ ଦତ୍ତ, ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟ୍ଟି, ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ।