Odiapua.com

୨୬ତମ ପ୍ରତିଷ୍ଠା ଦିବସରେ ଭଦ୍ରକ ବିଜେଡିର ଦମଦାର ଶକ୍ତି ପ୍ରଦର୍ଶନ, ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଧାୟକ ସଂଜୀବଙ୍କ ବିକଳ୍ପ ନାହିଁ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଧାୟକ ସଂଜୀବଙ୍କ ବିକଳ୍ପ ନାହିଁ । ଆଜି ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର ରାଜ୍ୟସ୍ତରୀନେତାଙ୍କ ଠାରୁ ଆରମ୍ଭ କରି ପଂଚାୟତସ୍ତରୀୟ ନେତାମାନେ ଆଜି ଖୋଲାଖୋଲି ଭାବେ ଏହି ଭାଷଣ ରଖିଛନ୍ତି । ଆଜି ଥିଲା ଭଦ୍ରକ ବିଧାନସଭା କ୍ଷେତ୍ର ବିଜେଡିର ପ୍ରତିଷ୍ଠା ଦିବସ ସମାରୋହ ଉତ୍ସବ । ଅନ୍ୟୁନ୍ୟ ୩୦ହଜାରରୁ ଅଧିକ ବିଜେଡି କର୍ମୀଙ୍କ ସମାବେଶ ସାରା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ର ବିଷୟ ହୋଇଛି । ନିର୍ବାଚନ ନଥିବା ବେଳେ ପ୍ରତିଷ୍ଠା ଦିବସରେ ଏଭଳି ଜନସମାବେଶ ଭଦ୍ରକ ର ଯୁବ ବିଧାୟକ ସଂଜୀବଙ୍କ ଦୃଢ ନେତୃତ୍ୱକୁ ପ୍ରତିପାଦନ କରୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଜି ଭଦ୍ରକ ନେହେରୁ ଷ୍ଟାଡିୟମରେ ଯେଉଁ ସମାବେଶ ଅନୁଷ୍ଠିତ ହୋଇଥିଲା ଏହି ସମାବେଶରେ ୧୦ହଜାର ରୁ ଅଧିକ ମହିଳାଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା, ବିଧାୟକ ସଂଜୀବଙ୍କ ନେତୃତ୍ୱରେ ଆଜି ଏକ ବିରାଟ ବାଇକ୍ ଶୋଭାଯାତ୍ରା ଆୟୋଜନ କରିଥିଲେ ଓ ଏଥିରେ ୧୦ ହଜାର ବାଇକ୍‌ରେ ୨୦ହଜାରରୁ ଅଧିକ ଯୁବ-ଛାତ୍ର କର୍ମୀ ସାମିଲ ହୋଇଥିଲେ । ଏତେ ବଡ ସମାବେଶର ଆୟୋଜନ ସହିତ ସଭାମଂଚରେ ଉପସ୍ଥିତ ନେତାମାନଙ୍କ ଭାଷଣ ବିଜେଡି କର୍ମୀମାନଙ୍କୁ ବେଶ ଉତ୍ସାହିତ କରିଥିଲା । ସଭା ମଂଚରେ ଏଲ୍‌.ଇ.ଡି ଜରିଆରେ ଭଦ୍ରକରେ ବିକାଶ ର ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଆଗକୁ ବିକାଶ ର ରଥ ଗଡି ଚାଲିବ ବୋଲି ଦଳର ନେତାମାନେ ସଭାମଂଚରେ ଭାଷଣ ରଖିଥିଲେ ।

ଜମା ମସ୍‌ଜିଦ ର ରୂପାନ୍ତରିକରଣ ଠାରୁ ଆରମ୍ଭ କରି ମା’ଭଦ୍ରକାଳୀ ପୀଠ ର ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ ମିଳିଥିବା ଅନୁଦାନ ବିଜେଡି ଭାଇଚାର ର ସନ୍ଦେସ ବାଂଟୁଛି ବୋଲି ବିଜେଡି ନେତାମାନେ କହିଥିଲେ । ରାସ୍ତାଘାଟ ନିର୍ମାଣ ଠାରୁ ଆରମ୍ଭ କରି ବାଗୁରାଇ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ, ନୂତନ ମେଡିକାଲ ବିଲଡିଂ ନିର୍ମାଣ ଠାରୁ ଆରମ୍ଭ କରି ଏସ୍‌ସି-ଏସ୍‌.ଟି ବିଲିଡିଂ ନିର୍ମାଣ ନିର୍ମାଣ, ସ୍ମାର୍ଟ ଲାଇବ୍ରେରୀ ନିର୍ମାଣ, ନେହେରୁ ଷ୍ଟାଡିୟମର ଆଧୁନିକରଣ, ବସଷ୍ଟାଣ୍ଡ ଆଧୁନିକରଣ, ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ନିର୍ମାଣ, ଭଦ୍ରକ କଚେରୀ ବଜାର ରୁ ପୁରୁଣାବଜାର ରାସ୍ତା ନିର୍ମାଣ, ମୋଟେଲ ଛକରୁ କାଉପୁର ରାସ୍ତା ନିର୍ମାଣ ଯାଏଁ, ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣ, ପାର୍କ ନିର୍ମାଣ ଆଦି ବିକାଶମୂଳକ କାର୍ଯ୍ୟର ଅବତାରଣା କରିଥିଲେ ନେତାମାନେ । ଏସବୁ କାର୍ଯ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ଓ ଭଦ୍ରକ ବିଧାୟକ ସଂଜୀବଙ୍କ ଦୃଢ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଦଳୀୟ ନେତାମାନେ ଭାଷଣ ଦେଉଥିବା ବେଳେ ଭାଷଣ ଦେଉଥିବା ବେଳେ ମଂଚ ତଳେ ବସିଥିବା କର୍ମୀମାନେ କରତାଳି ଦେଇ ଓ ମହିଳାମାନେ ହୁଳହୁଳି ଦେଇ ଏହାକୁ ସ୍ୱାଗତ କରିଥିଲେ ।

ତେବେ ଏହି ସମାବେଶ ଜରିଆରରେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ବିକାଶ ପାଇଁ ବିଧାୟକ ସଂଜୀବଙ୍କ ଉଦ୍ୟମକୁ ଭୂରିଭୂରି ପ୍ରଶଂସା କରିବା ସହ ସଂଜୀବଙ୍କ ବିକଳ୍ପ ନାହିଁ ବୋଲି କହିଥିବା ବେଳେ ମଂଚାସୀନ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନା, ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ଆଜିର ସଭା ପରିଚାଳନା କରୁଥିବା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, କ୍ଷୀରୋଦ ରାଉତ, ଟାଉନ ସଭାପତି ତାହେର ମହମ୍ମଦ, ରାଜ୍ୟ ସଂଖ୍ୟାଲଘୁ ବିଜେଡି ସେଲ୍ ଉପଦେଷ୍ଠା ତାହେରା ଖାତୁନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ପ୍ରାକ୍ତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀର ଜେନା, ପ୍ରଣୟ ଦାସ, ବ୍ଲକ ମହିଳା ସଭାନେତ୍ରୀ ଦେବୀଦତା ମହାନ୍ତି, ଟାଉନ ମହିଳା ବିଜେଡି ସଭାନେତ୍ରୀ ଦେବହୂତୀ ମହାନ୍ତି, ସରପଂଚ ସୁଷମା ମହାନ୍ତି, ସରପଂଚ ତିଳୋତମା ମହାପାତ୍ର, ରାଜଲକ୍ଷ୍ମୀ ମହାପାତ୍ର, ଉର୍ମିଳା ଚୌଧୁରୀ, ଶ୍ୟାମ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଦଳିତ ନେତା ରାଜେନ୍ଦ୍ର ଦାସ, ଯୁବନେତା ଇଲୁ ନାୟକ, କାଉନସିଲର ଦିଲିପ ନାୟକ, ପ୍ରମୁଖ ବହୁ ନେତାମାନେ ସେମାନଙ୍କ ଭାଷଣରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ କେହି ବିକଳ୍ପ ନାହାନ୍ତି ବୋଲି ଖୋଲା ଖୋଲି ଦୋହରାଇ ଥିଲେ । ଆଜିର ଏହି ସମାବେଶ ଦ୍ୱାରା ବିଧାୟକ ସଂଜୀବ ଯେ କେବଳ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରିବା ସହିତ ନିଜ ଦୃଢ ସାଙ୍ଗଠନିକ ଦକ୍ଷତା ଓ ନେତୃତ୍ୱକୁ ପ୍ରଦର୍ଶନ କଲେ ବୋଲି ସାଧାରଣରେ ଆଲୋଚନା ହେଉଛି । ପୂର୍ବାହ୍ନରେ ଚରମ୍ପାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଏକ ଖୋଲାଜିପ୍‌ରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବରିଷ୍ଠ ବିଧାୟକ ଦେବୀ ମିଶ୍ର ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସହର ପରିକ୍ରମା କରି ସଭାମଂଚକୁ ଆସିଥିଲେ ।