Odiapua.com

୨୫ ବର୍ଷ ପରେ ଚଳିତ ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ଦଶହରା ଠାରୁ ବେଶ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ

ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତିକ ମାସରେ ପଂଚୁକ ୬ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବେଶ ନିର୍ମାଣ କାର୍ଯ୍ୟ ଆସନ୍ତା ଦଶହରା ଠାରୁ କରାଯିବ ବୋଲି ଜଣାପଡିଛି। ତେବେ କରୋନା ଯୋଗୁଁ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିର ଭକ୍ତ ମାନଙ୍କ ପାଇଁ ବନ୍ଦ ରହିଥିବା ବେଳେ ନାଗାର୍ଜୁନ ବେଶ ଭକ୍ତମାନେ ଦେଖି ପାରିବେ ନା ରଥଯାତ୍ରା ଭଳି ବିନା ଭକ୍ତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବ ଏହି ନିଷ୍ପତି ରାଜ୍ୟ ସରକାର ଙ୍କ ଉପରେ ନିର୍ଭର କରୁଛି।ଚଳିତବର୍ଷ ନାଗାର୍ଜୁନ ବେଶ ନିର୍ମାଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପ୍ରଦାନ କରିସାରିଛି। ଦୀର୍ଘ ୧୦୦ ବର୍ଷରୁ ଅଧିକ ହେବ ବଂଶାନୁକ୍ରମିକ ସେବା ଭାବେ ଏହି ବେଶ ପ୍ରଦାନ କରି ଆସୁଥିବା ବଳରାମ ଖୁଂଟିଆ ପରିବାର ଏଥର ବେଶ ନିର୍ମାଣ ପାଇଁ ଅଂଟା ଭିଡିଛନ୍ତି। ସେ ନିଜକୁ ଭାଗ୍ୟବାନ ମନେ କରିଥିବା ବେଳେ ମହାପ୍ରଭୁ ଙ୍କ ସେବା କରିବାକୁ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି। ବେଶ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣା ସରିଥିବା ବେଳେ ବିଧି ମୁତାବକ ଆଗାମୀ ଦଶହରା ଦିନ ଠାରୁ ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବେଶ ନିର୍ମାଣ କରିବାକୁ ଥିବା କାରିଗର ମାନେ ମଧ୍ୟ ନିଜକୁ ଧନ୍ୟ ମନେକରୁଥିବା ବେଳେ ମହାପ୍ରଭୁ ଙ୍କ ସେବା ପାଇ ଖୁସି ପ୍ରକଟ କରିବା ସହ ବେଶ ପାଇଁ ଆକଶ୍ୟକୀୟ ସାମଗ୍ରୀ ମହଜୁଦ ରଖିଥିବା ମତ ଦେଇଛନ୍ତି।ଏବେ ପୁରୀ ରେ କରୋନା ଆଣାୟତ ଅବସ୍ଥାରେ ଥିବାରୁ ଚଳିତ ବର୍ଷ ମହାପ୍ରଭୁ ଙ୍କ ନାଗାର୍ଜୁନ ବେଶ ଦେଖିବାରୁ ଭକ୍ତମାନେ ବଂଚିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।