Odiapua.com

୨୫୦ ବର୍ଷରେ ପହଞ୍ôଚଲା ପୀରହାଟ ପାଢ଼ୀସାହି ଦୁର୍ଗାପୂଜା

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ହରସିଂହପୁର ପଞ୍ଚାୟତ ପୀରହାଟ ପାଢ଼ୀସାହିରେ ଦୀର୍ଘ ୨୫୦ ବର୍ଷ ହେବ ମା’ ଦୁର୍ଗାଙ୍କ ପୂଜା ଧୂମ୍‌ଧାମରେ ପାଳିତ ହୋଇଆସୁଅଛି । ଏଠାରେ ସ୍ୱର୍ଗତ ହରି ମିଶ୍ର ଦୁର୍ଗାପୂଜା ଆରମ୍ଭ କରିଥିଲେ । ଏହା ସାତ ପୁରଷ ଧରି ମିଶ୍ର ପରିବାର ପକ୍ଷରୁ ପାଳନ କରାଯାଇ ଆସୁଅଛି । ଏଠାରେ ମା’ଙ୍କର ମହିମା ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ । ପ୍ରତିବର୍ଷ ପୂଜାମଣ୍ଡପକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇ ମା’ଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଇଥାଏ । ଚଳିତ ବର୍ଷ କର୍ତ୍ତା ଭାବେ ବିଭୂନନ୍ଦନ ମିଶ୍ର ଏବଂ ପତ୍ନୀ ଗୁଞ୍ଜନ ମିଶ୍ର ଓ ପୁରୋହିତ ତପନ ମିଶ୍ର, ଚିନ୍ତାମଣି ମିଶ୍ର ଓ ରାଧାକାନ୍ତ ମିଶ୍ର ପୂଜାକାର୍ଯ୍ୟ ତୁଲାଉଛନ୍ତି । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ରଙ୍କ ପତ୍ନୀ ପବିତ୍ର ମିଶ୍ର ଏବଂ ପରିବାର ପକ୍ଷରୁ ଡା. ବିଚିତ୍ରାନନ୍ଦ ମିଶ୍ର, ଇଂ ବିବେକାନନ୍ଦ ମିଶ୍ର, ଡା. ସୁନନ୍ଦା ମିଶ୍ର, ରଜନୀ ପାଢ଼ୀ, ବିଜୟଲକ୍ଷ୍ମୀ କର, ଡା. ଚିନ୍ମୟାନନ୍ଦ ମିଶ୍ର, ଜୀବନାନନ୍ଦ ମିଶ୍ର, ବିନୟାନନ୍ଦ ମିଶ୍ର, ଡା. ସୁଚନ୍ଦନାନନ୍ଦ ମିଶ୍ର, ଡା. ସତ୍ୟରୂପା ମିଶ୍ର, ଆଇନଜୀବୀ ସ୍ୱରୂପାନନ୍ଦ ମିଶ୍ର ପ୍ରମୁଖଙ୍କ ସମେତ ମିଶ୍ର ପରିବାରର ସମସ୍ତ ସଦସ୍ୟ ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ଚଳିତ ବର୍ଷ ପୀଠରେ ୪ଦିନ ଧରି ଓଡ଼ିଶାର ସୁନାମଧନ୍ୟା ଗାୟିକାମାନେ ବାଦି ପାଲା ପରିବେଷଣ କରିବେ ବୋଲି ଜଣାପଡ଼ିଛି ।