Odiapua.com

୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର;୧୯,ଜୁନ(ଓଡ଼ିଆ ପୁଅ):ଜୁନ ୨୧ ନୁହେଁ ୨୫ରେ ଖୋଲିବ ସ୍କୁଲ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପୁଣି ଥରେ ବଢ଼ିଛି ସ୍କୁଲ ଛୁଟି ଅବଧି।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।ପୂର୍ବରୁ ଜୁନ୍‌ ୧୮ ଯାଏଁ ଖରାଛୁଟି ଘୋଷଣା ହୋଇଥିଲା।ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଲକ୍ଷ କରି ଏହାକୁ ୩ଦିନ ବୃଦ୍ଧି କରାଯାଇ ୨୧ ତାରିଖ ପର୍ଯ୍ୟନ୍ତ କରି ଦିଆଯାଇଥିଲା।ଆଜି ପୁଣି ଛୁଟିକୁ ଆହୁରି ୪ ଦିନ ବୃଦ୍ଧି କରାଯାଇଛି।