Odiapua.com

୨୪ ବର୍ଷ ବିଫଳତାର ସରକାର ଏବେ ୧ ବର୍ଷର ସଫଳତାର ସରକାର ବିକାଶ ଉପରେ ସାମ୍ବାଦିକ ସମ୍ମିଳନୀ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ତିନିଟି ଉଚ୍ଚବିଦ୍ୟାଳୟ ରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲାଯିବାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଯାଇଛି। ଅଂଚଳବାସୀ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ଫଳରେ ସ୍ଥାନୀୟ ଅଂଚଳରେ ଶିକ୍ଷାର ବିକାଶ ହେବ ବୋଲି କୁହାଯାଇଛି। ସୋହଡ଼ା ପଂଚାୟତର ବାଲିପଡ଼ା ରେ ଥିବା ବୈତରଣୀ ହାଇସ୍କୁଲ ଓ ଆନନ୍ଦପୁର ପଂଚାୟତର ଜଗନ୍ନାଥ ନୋଡାଲ ହାଇସ୍କୁଲ ଓ ନାରାୟଣପୁର ସ୍ଥିତ ଇନ୍ଦ୍ରଗୋବିନ୍ଦ ହାଇସ୍କୁଲ କୁ। ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ରୂପାନ୍ତରଣ କରାଯାଇଛି। ଏଥିଲାଗି ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରେ ମୁକୁନ୍ଦଦେବ ମଣ୍ଡଳ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ମଣ୍ଡଳ ସଭାପତି ପ୍ରମୋଦ ସୂତାର ଙ୍କ ସଭାପତିତ୍ୱ ରେ ସାଂସଦ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ପୂର୍ବତନ ସରପଂଚ ବିଜୟ କୁମାର ଦାଶ,ବରିଷ୍ଟ ବିଜେପି ନେତା ଅରବିନ୍ଦ ପତି,ପୂର୍ବତନ ସମିତିସଭ୍ୟ ରମେଶ ପତି ,ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ମିଶ୍ର ,ଧାମନଗର ଏନ ଏ ସି ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାଶ ମହାପାତ୍ର ପ୍ରମୁଖ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ୨୪ ବର୍ଷ ର ସରକାର ସମୟର ବିଫଳତାକୁ ବଖାଣି ଥିବା ବେଳେ ୧ ବର୍ଷ ର ବିଜେପି ସରକାର ଙ୍କ ସଫଳତା ସହିତ ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ,ନଦୀ ବନ୍ଦ ବାଡ ର ଉନ୍ନତୀ କରଣ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଉନ୍ନତି ସହିତ ଧାମନଗର ବ୍ଲକ ରେ ତିନିଟି ହାଇସ୍କୁଲ କୁ ଯୁକ୍ତ ୨ ରେ ମାନ୍ୟତା ନେଇ ଧାମନଗର ବିକାଶ ଆହୁରି ଆଗକୁ ଗଲା ବୋଲି କହିଥିଲେ। ଧାମନଗର ର ବିକାଶ ପାଇଁ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସ୍ଥାନୀୟ ଅଂଚଳ ର ଲୋକଙ୍କୁ ମିଷ୍ଟାନ ବଂଟନ ସହ ବାଣ ରୋସନି କରା ଯାଇ ଦଳ ପକ୍ଷରୁ ସ୍ୱାଗତ କରା ଯାଇଥିଲା।