Odiapua.com

୨୪ ଘଣ୍ଟା ଭିତରେ ବର୍ଷା !

ଭୁବନେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବିଶେଷ ଭାବରେ ଦକ୍ଷିଣ ଓଡିଶାର ୭ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ପରେ ଶୀତ ଅନୁଭୂତ ହେବ ବୋଲି ବି ସୂଚନା ଦିଆଯାଇଛି ।   ତେବେ ୭ ଜିଲ୍ଲା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ସାମିଲ ରହିଛି ।