Odiapua.com

୨୪ ଘଣ୍ଟାରେ ୩ ମର୍ଡର ଘଟଣା; ନାରାୟଣ ସହ ହତ୍ୟାକାଣ୍ଡ ସ୍ଥଳ ବୁଲୁଛି ପୁଲିସ

କଟକ, ୧।୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ୨୪ ଘଣ୍ଟାରେ ୩ ମର୍ଡର କରି ଏବେ ଚର୍ଚ୍ଚାରେ ଥିବା ନାରାୟଣ ସାହୁକୁ ଧରି ହତ୍ୟାକାଣ୍ଡ ସ୍ଥଳ ବୁଲୁଛି ପୋଲିସ। ବାରମ୍ବାର ଏହି ଘଟଣା ରେ ଟ୍ବିଷ୍ଟ ଆସୁଛି। ଏଯାଏଁ ବି ପ୍ରକୃତ ଅଭିଯୁକ୍ତ ଧରାପଡିନାହିଁ।

ଏହି ହତ୍ୟା ମାମଲାରେ ପୋଲିସ ତନାଘନା ଜାରି ରଖିଛି। ସାଇକୋ କିଲର ନାରାୟଣ ସାହୁକୁ ଧରି ହତ୍ୟାକାଣ୍ଡ ସ୍ଥାନ ବୁଲୁଛି ପୋଲିସ। ଫରେନସିକ ଟିମ୍ ସହ ପୋଲିସ ଛାନଭିନ୍ କରୁଥିବା ବେଳେ ନାରାୟଣ କହିବା ଅନୁଯାୟୀ ଓଏମପି ଛକରେ ଥିବା ଏକ ଅଳିଆଗଦାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଫରେନସିକ ଲ୍ୟାବରେ ଏହି ଛୁରିର ପରୀକ୍ଷା ହେବ ବୋଲି ସୂଚନା ମିଳିଛି।