Odiapua.com

୨୪ରେ ବିଧାୟକଙ୍କ ବାସଭବନ ଘେରିବ ମେଡିକାଲ କ୍ରିୟାନୁଷ୍ଠାନ କମିଟି

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଅନ୍ଦୋଳନ ପୁଣିଥରେ ହେବା ନେଇ ଆଜି ଶତାଧିକ ଏକତ୍ରିତ ହୋଇଛନ୍ତିି । ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଜିଲ୍ଲା ବାସୀଙ୍କ ପକ୍ଷରୁ ଦୀର୍ଘ ଦାବୀ ହୋଇ ଆସୁଥିବା ବେଳେ ଦାବୀ ପୂରଣ ଦିଗରେ କୌଣସି କିଛି ଅଗ୍ରଗତୀ ହୋଇନାହିଁ । ଏହି ଦାବୀକୁ ପୁଣି ଥରେ ଦୁର୍ବାର ଆନ୍ଦୋଳନର ରୂପ ଦେବା ପାଇଁ ସଜବାଜ ହୋଇଛି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ଏହି କ୍ରମରେ ଆସନ୍ତା ୨୦ତାରିଖ ଠାରୁ ବିଧାନସଭା ଅଧିବେଶନ ଚାଲୁଥିବାରୁ ୨୪ରେ ଜିଲ୍ଲାର ୫ଜଣ ବିଧାୟକଙ୍କ ଭୁବନେଶ୍ୱର ବାସଭବନ ଘେରିବ କ୍ରିୟାନୁଷ୍ଠାନ କମିଟି । ଏ ନେଇ ଆଜି ଭଦ୍ରକ ସହରର ବାଇପାସ୍ ଜଗନ୍ନାଥ ମନ୍ଦିରରେ ଆହୂତ ବୈଠକରେ ନିଷ୍ପତି ହୋଇଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ର ସ୍ତମ୍ଭକାର ଅଭୟ ଦ୍ୱିବେଦୀ,ପ୍ରବକ୍ତା ସଂଗ୍ରାମ ଆଚାର୍ଯ୍ୟ,ଡାକ୍ତର ହରେକୃଷ୍ଣ ନାୟକ,ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାତେନ୍ଦୁ ମହାନ୍ତି,ସମ୍ପାଦକ କୈଳାସ ମହାପାତ୍ର,ସୁଧାକର ରାଉତ,ପୂର୍ବତନ ବିଧାୟକ ନରେନ ପଲାଇ,ଡାକ୍ତର ପ୍ରଦିପ ନାୟକ,ବୈଲଚନ ବେହୁରିଆ,ଶାନ୍ତୁନୁ ରାଉତ ପ୍ରମୁଖ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦଳମତ ନିର୍ବିଶେଷରେ ଜିଲ୍ଲା ବାସୀଙ୍କ ଏହି ଦାବୀକୁ ରାଜ୍ୟ ସରକାର ମାନିନେବାକୁ ମତ ପ୍ରକାଶ ପାଇଥିଲା । ଏହି ଆନ୍ଦୋଳନ ଏବେ ଭଦ୍ରକରୁ ଯାଇ ରାଜଧାନୀରେ ପହଞ୍ଚିବ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଦାସ,ପ୍ରମୋଦ ସ୍ୱାଇଁ,ସଚିକାନ୍ତ ପଣ୍ଡା,ରାମଚନ୍ଦ୍ର ପଣ୍ଡା,ରଘୁନାଥ ସାହୁ,ଶ୍ରୀ ହର୍ଷ ସ୍ୱାଇଁ,ହେମନ୍ତ ସିଂହ,ଆଦିତ୍ୟ କୁମାର ନାୟକ,ନିର୍ମଳ କୁମାର ବାରିକ,ନାରାୟଣ ଚନ୍ଦ୍ର ଲେଙ୍କା,ରାଧାରାଣୀ ମହାପାତ୍ର,ଅଜୟ କୁମାର ପାଢି,ସୁବୋଧ କୁମାର ସାହୁ,ଶଶୀକାନ୍ତ ପାଢି,ଦେବେନ୍ଦ୍ର ମହାନ୍ତି,ଶ୍ୟାମସୁନ୍ଦର ଦାସ,କୈଳାସ ଚନ୍ଦ୍ର ଧଳ,ଲକ୍ଷ୍ମଣ ମହାନ୍ତି,ରଙ୍ଗବଲ୍ଲବ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରକାଶଥାଉକି,ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପୂର୍ବରୁ ବିଭିନ୍ନ ବ୍ଲକରୁ ଦସ୍ତଖତ ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳ ଓ ବିଡିଓ ଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦିଆଯାଇ ଦୃଢଦାବୀ ଉପସ୍ଥାପନ କରାଯାଇଛି ।