Odiapua.com

୨୪ରୁ ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଲକ୍ଷ୍ମୀପ୍ରିୟା ପତି ପାଇବେ ଉଦୟନ ନାଟ୍ୟ ସମ୍ମାନ

ସମ୍ବଲପୁର, ୧୨/୧୨ (ଓଡ଼ିଆ ପୁଅ) ସମ୍ବଲପୁରର ଯୁବ ଉଦୟନ ଅନୁଷ୍ଟାନ ପକ୍ଷରୁ ଆସନ୍ତା ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାଡ଼ୁଆପଡ଼ା ମଂଡ଼ପଠାରେ ୨୩ ତମ ରାଜ୍ୟ ସ୍ତରୀୟ ବୀର ସୁରେନ୍ଦ୍ର ସାଏ ସ୍ମାରକୀ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଏଥିରେ ସମ୍ବଲପୁର, ସୋନପୁର, କଳାହାଂଡ଼ି, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ପନ୍ଦରଟି ନାଟ୍ୟାନୁଷ୍ଟାନ ପକ୍ଷରୁ ସମ୍ବଲପୁରୀ ନାଟକ ପରିବେଷଣ କରାଯିବ। ପ୍ରତିଯୋଗୀତାର ପ୍ରତ୍ୟହ ସଂଧ୍ୟା ୬ଟା ୧୫, ୭ଟା ୩୦ ଓ ୮ଟା ୪୫ ମିନିଟରେ କ୍ରମାନ୍ୱୟରେ ତିନୋଟି ଲେଖାଏ ନାଟକ ମଂଚସ୍ତ ହେବ। ପ୍ରଥମ ରଜନୀରେ ବରଗଡ଼ କଟାପାଲି ସ୍ପେସ ଥିଏଟର ପକ୍ଷରୁ କିଛି ଗୁଟେ, ହୀରକୁଦର ଶଦ୍ଦ ଅନୁଷ୍ଟାନର ନାଟକ ଶେଫାଲି ଓ ଝାରସୁଗୁଡ଼ା ସୃଜନୀ ପରିଷଦର ନାଟକ ମିଷ୍ଟର ଗ୍ୟାବରିଡ଼ନ, ଦ୍ୱିତୀୟ ଦିବସରେ ବେଲପାହାଡ଼ ମିରର ଥିଏଟରର ନାଟକ ସ୍ମାଇଲ ପ୍ଲିଜ, ସମ୍ବଲପୁର ପଂଡ଼ିତ ଲକ୍ଷ୍ମୀ ନାରାୟଣ ସାସ୍କୃତିକ ସଂସଦର ନାଟକ ଭାଗ ଏବଂ ସ୍ୱର ପକ୍ଷରୁ ନାଟକ ଶକୁନୀ ପରିବେଷଣ କରାଯିବ। ତୃତୀୟ ରଜନୀରେ ସୁବର୍ଣପୁର ବୀଣାପାଣି ନାଟ୍ୟ କଳା ପରିଷଦର ନାଟକ ଥି୍ରଡ଼ି ଚୋର, ପଦମପୁର ଅବର୍ଣିଗୁଁଡ଼ା ନାଟ୍ୟ ପରିଷଦ ପକ୍ଷରୁ ନାଟକ ଗୁଟେ ଚିଠିର୍ କଥା ଓ ସମ୍ବଲପୁର ପରିଚୟ କଳାକାର ସଂଘ ପକ୍ଷରୁ ନାଟକ ବାଗଡ଼ି ପରିବେଷଣ କରାଯିବ। ଚତୁର୍ଥ ସଂଧ୍ୟାରେ ଭବାନୀପାଟଣା ଜୟ ଭୈରବୀ ସାହିତ୍ୟ କଳା ପରିଷଦର ନାଟକ ନାଟୁଆ, ପଦମପୁରର ଲୁ ଅନୁଷ୍ଟାନ ପକ୍ଷରୁ ନାଟକ ଗାଂଧୀଛକ ଓ ବରଗଡ଼ର ସମର୍ପଣ ପକ୍ଷରୁ ନାଟକ ଭଉଁରୀ ପରିବେଷ କରାଯିବ। ପଂଚମ ରଜନୀରେ ସୋହେଲା ର ଡ୍ରାମା ଚେତନା ର କଳାକାର ମାନେ ନାଟକ ରଘୁପତି ରାଘବ ରାଜାରାମ, ସମ୍ବଲପୁର ମଂଚ ନାୟକର କଳାକାର ମାନେ ନାଟକ ଭାର୍ ଏବଂ ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାର ବୃନ୍ଦ ନାଟକ- ତାର ଶେଷ ଇଛା ପରିବେଷଣ କରିବେ। ୨୯ ତାରିଖ ଉଦଯାପନୀ ସଂଧ୍ୟାରେ ଝାଡ଼ଖଂଡ଼ ଜାମସେଦପୁର ସାଂସ୍କୃତିକ ମଂଚ ପକ୍ଷରୁ ହନ୍ଦୀ ନାଟକ ସମ୍ବୋଧନ ଏବଂ ପଦମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ନୃତ୍ୟ ନାଟିକା ଗ୍ରାମପଥ ପରିବେଷଣ କରିବେ। ପରେ ପୁରସ୍କାର ବିତରଣ କରାଯିବ। ଚଳିତ ବର୍ଷ ସୁନ୍ଦରଗଡ଼ର ନାଟ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ପତିଙ୍କୁ ଯୁବଉଦୟନ ର ବାର୍ଷିକ ଉଦୟନ ନାଟ୍ୟ ସମ୍ମାନ ପ୍ରଦାନ କରାଯବ ବୋଲି ସୂଚନା ଦିଆଯାଇଛି। ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଲକ୍ଷ୍ମୀପ୍ରିୟା ପତି ଏହି ପ୍ରତିଯୋଗୀତାରେ ୫ ଥର ଶ୍ରେଷ୍ଟ ଅଭିନେତ୍ରୀ ପୁରସ୍କାର ସହିତ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନୁଷ୍ଟିତ ଅଭିନୟ ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଏହି ପ୍ରତିଯୋଗୀତାରେ ଅଦ୍ୟାବଧି ୫୨୦ରୁ ଅଧିକ ବିଭିନ୍ନ ଶ୍ୱାଦର ସମ୍ବଲପୁରୀ ନାଟକ ପରିବେଷିତ ହୋଇସାରିଛି।