Odiapua.com

୨୪ତମ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣାମେଂଟ” ର ସେମିଫାଇନାଲ ମ୍ୟାଚ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ସ୍ଥିତ “ନେତାଜୀ ବ୍ଲକ ଲେବଲ୍ ଷ୍ଟାଡିୟମ୍‌” ଠାରେ “୨୪ତମ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣାମେଂଟ” ର ସେମିଫାଇନାଲ ମ୍ୟାଚ ମହାଆଡମ୍ବର ଓ ଉତ୍ସାହର ସହିତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହତ୍ୱପୂର୍ଣ୍ଣ ଅବସରରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଭାରତୀୟ ଜନତା ପାର୍ଟିର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ନେତା ତଥା ବିଶିଷ୍ଟ ଶିକ୍ଷାବିତ୍ ସୁଧାଂଶୁ ନାୟକ ଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମଣ୍ଡିତ କରିଥିଲେ। ମାନ୍ୟଗଣ୍ୟ ଅତିଥିମାନେ ସେମିଫାଇନାଲ ମ୍ୟାଚର ବିଜେତା ଦଳକୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତ କ୍ରିକେଟ୍ ଖେଳାଳି ଓ ଖେଳ ପ୍ରେମୀମାନଙ୍କୁ ସହଯୋଗୀ ଭାବନା, ଶିଷ୍ଟାଚାର ଓ କ୍ରୀଡ଼ାତ୍ମକ ମନୋଭାବ ସହ ଖେଳିବା ପାଇଁ ପ୍ରେରିତ କରିଥିଲେ।