Odiapua.com

୨୪ଘଟାଂରେ ୧୭ କରୋନା ପଜିଟିଭି ଚିହ୍ନଟ,ଜିଲ୍ଲାରେ ମାସ୍କ ଜାଚଂ ଯୋରଦାର

ମାଲକାନଗିରି,୧୩ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାବୃଦ୍ଧିପାଇ ଚାଲିଛି,୨୪ଘଟାଂରେ ୧୭ଜଣ କରୋନା ପଡିଟିଭି ଚିହ୍ନଟ ହୋଇଥିବା ବେଳେ ୫୨ଟି ଏକ୍ଟଭି କେସ ରହିଛି । ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ ନିୟମ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ଜନସଚେତନତା ସହିତ ମାସ୍କ ଜାଚଂ କୁ ଜୋରଦାର କରାଯାଉଛି । ମାଲକାନଗିରି ଜିଲ୍ଲା ରେ ୨୪ଘଟାଂମଧ୍ୟରେ ୧୭ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ମାଲକାନଗରି ପୌରପରିଷଦ ଅଚଂଳରୁ ୪ଜଣ,ମାଥିଲି ବ୍ଲକ ଅଚଂଳରୁ ୬ଜଣ,ମାଲକାନଗରି ବ୍ଲକ ଅଚଂଳରୁ ୪ଜଣ,କାଲିମେଳା ବ୍ଲକ ଅଚଂଳରୁ ଜଣେ,ଖଇରପୁଟ ବ୍ଲକ ଅଚଂଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୪୪ ର ପହଁଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୬୪୫ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି , ୫୨ଟି ଆକ୍ଟିଭ କେସ ରହିଥିବା ବେଳେ ଜିଲ୍ଲାରେ ୪୭ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । ଆଜି ଜିଲ୍ଲାସଦର ମହକୁମାଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଜଗାକାର୍ତାମୀ ପୁଲିସ ଓ ତହସିଲ କର୍ମଚାରୀ ମାନେ ବିଭିନ୍ନ ବାଲିମେଳା ଛକ,ତହସିଲଛକ, ବସଷ୍ଟାଣ୍ଡ ମାନଙ୍କରେ ଯାନବାହନ ଜାଂଚ ସହ ପଥିକମାନଙ୍କୁ ଅଟକାଇ କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ପରାମର୍ଶ ଦେବା ସହିତ ମାସ୍କ ପରିଧାନ କରିନଥିବା ବ୍ୟକ୍ତିମାନଙ୍କ ଠାରୁ ଫାଇନ ଆଦାୟ କରିଥିଲେ ।