Odiapua.com

୨୪ଘଂଟା ମଧ୍ୟରେ ଦୁଇ ସମାଜସେବୀଙ୍କ ପରଲୋକ

କେନ୍ଦ୍ରାପଡା, ୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଗତ ୨୪ଘଂଟା ମଧ୍ୟରେ କେନ୍ଦ୍ରାପଡା ସହରରେ ୨ସମାଜସେବୀଙ୍କ ପରଲୋକ ହୋଇଯାଇଛି। ଗତ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରସୁଲାବାଦର ସେକ ଜାତୋବର ହୁସେନଙ୍କର ୮୦ବର୍ଷ ବୟସରେ ହୃତଘାତରେ ପରଲୋକ ହୋଇଯାଇଥିବା ବେଳେ ଗତ ଗୁରୁବାର ୯ଟା ରେ ରଣପଡାର ସେକ ଅଜିମୁଦ୍ଦିନଙ୍କର ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉଭୟଙ୍କୁ ଜନାଜା ପାଠ କରାଯାଇ କବର ଦିଆଯାଇଥିବା ଜଣାପଡିଛି। ଉଭୟ ବ୍ୟକ୍ତି ସମାଜସେବୀ, ପରୋପକାରୀ ଓ ମେଳାପି ଭାବେ ସ୍ଥାନୀୟ ଅଚଂଳରେ ପରିଚିତ ଥିଲେ।