Odiapua.com

୨୩ ବର୍ଷରୁ କମ୍ ଓଡ଼ିଶା ମହିଳା ଟି୨୦ କ୍ରିକେଟ ଦଳରେ ଭଦ୍ରକରୁ ୨ଜଣ ସାମିଲ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଲକାତାଠାରେ ଖେଳାଯିବାକୁ ଥିବା ୨୩ ବର୍ଷରୁ କମ୍ ମହିଳା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଯାଇଥିବା ଓଡ଼ିଶା ମହିଳା ଟି୨୦ କ୍ରିକେଟ ଦଳରେ ଭଦ୍ରକର ୨ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଭାଗ୍ୟଶ୍ରୀ ରାଉତ ଓ ପୂଜାରାଣୀ ଦାସ । ଏହି ଦୁଇ ଖେଳାଳୀ ପ୍ରଥମ ଥର ଲାଗି ଏକ ରାଜ୍ୟସ୍ତରୀୟ ଦଳରେ ଖେଳିବା ନିମନ୍ତେ ଚୟନ ହୋଇଛନ୍ତି । ଓଡ଼ିଶା ଦଳ କୋଲ୍‌କାତାଠାରେ ଅରୁଣାଚଳ ପ୍ରଦେଶ, ମୁମ୍ବାଇ, ହାଇଦ୍ରାବାଦ୍‌, ହରିୟାନା, କେରଳ ଓ ତ୍ରିପୁରା ବିରୁଦ୍ଧରେ ମ୍ୟାଚ୍ ଖେଳିବ । ଏହି ଦୁଇ ଖେଳାଳୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ, ସଭାପତିଙ୍କ ସମେତ ସେମାନେ କୋଚିଂ ନେଉଥିବା ଭଦ୍ରକ କ୍ରିକେଟ ଏକାଡେମୀର ମୁଖ୍ୟ ମନୋଜ ସାହୁ, କୋଚ୍ ଅସିତ୍ ଦାସ, ପ୍ରଜ୍ଞାପରମିତା ସାମଲ, ସଦସ୍ୟ ବିଜୟ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।