Odiapua.com

୨୩୫୦କେଜି ମହୁଲ ପୋଚ ଓ ୫୦୦ ଲିଟର ମଦ ଜବତ

ମାଲକାନଗିରି,୧ା୧୧(ଓଡିଆ ପୁଅ ) ମାଲକାନଗିରି,ବାଲିମେଳା,ଚିତ୍ରକୋଣ୍ଡ ଅବକାରି ବିଭାଗ ଓ ପୁଲିସ ପକ୍ଷରୁ ତିନୋଟି ସ୍ଥାନରେ ଚଢଉ କରାଯାଇ ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ୫୦୦ଲିଟର ମଦ,୨୩୫୦ କେଜି ମହୁଲ ପୋଚ ଜବତ କରାଯାଇଛି । ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଅବକାରି ଇନିସପେକ୍ଟର ଗଙ୍ଗା ପାଇକରାଏ ଓ ଅବାକୀ ବିଭାଗ ଥାନା ଅଧିକାରୀ ଏଚ.ଜଗାରାଓ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନାସ୍ଥ ଥାପାସାହି, ପାହଡ ସାହିନାଳ,ଉସକାପାଲି ନାଳ ଓ ଓରକେଲ ଥାନା ସ୍ଥ ତାର୍ଲାକୋଟା ନାଳ ନିକଟରେ ଚଢଉ କରାଯାଇ ବେଆଇନ ଭାବେ ମଦରନ୍ଧା ସାମଗ୍ରୀ ସହ ୫୦୦ଲିଟର ଦେଶି ମଦ ଓ ୨୩୫୦କେଜି ମହୁଲ ପୋଚ ଜବତ କରିବାରେ ସଫଳ ହୋଇଛନ୍ତି । ସେଠାରେ ମଦରାନ୍ଧୁଥିବା ମହିଳା ଓ ପୁରଷ ମାନେ ଅବକାରୀ ବିଭାଗ କର୍ମଚାରୀ ଓ ପୁଲିସ ହ୍‌କୁ ଦେକି ଜଙ୍ଗଲ ମଧ୍ୟକୁ ଦୌଡି ପଳାଇ ଲୁଚି ଯାଇଥିଲେ । ଅବକାରୀ ବିଭାଗ ପକ୍ଷରୁ ମଦ ଓ ପୋଚ ଜବତା ସହ ୩ଟି ୟୁସି କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଛି । କରୋନା ସମୟରେ ବିଭିନ୍ନ ଅଚଂଳର କିଛି ଚୋରା ମଦବେପାରି ମଦ ରାନ୍ଧି ବାହରକୁ ଚାଲାଣ କରୁଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଡଉ କରାଯାଇଥିଲା ।