Odiapua.com

୨୩ରେ ହେବ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣୀ

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ ଜନଶୁଣାଣୀ ଭଣ୍ଡାରିପୋଖରୀ ବ୍ଳକରେ ଆଗାମୀ ୨୩ ତାରିଖରେ ପୁନଃ ଅନୁଷ୍ଠିତ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଗତ ୩ ବର୍ଷ ଧରି ଜନଶୁଣାଣୀ ବନ୍ଦ ରହିଥିଲା। ଏଥିପାଇଁ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଓ ଲାଇନ ବିଭାଗକୁ ଅବଗତ କରାଯାଇ ଶିଶିରରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ସମେତ ଜିଲ୍ଲ୍‌ା ପୁଲିସ ଅଧିକ୍ଷକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜନଶୁଣାଣୀ ଶିବିରରେ ଯୋଗଦେବେ ଓ ଅଭିଯୋଗଗୁଡିକର ଶୁଣାଣୀ କରିବେ ବୋଲି ଜଣାଯାଇଛି।