Odiapua.com

୨୩ରେ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

– କେନ୍ଦ୍ରାପଡା ଓ ବାଲେଶ୍ୱର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର, ୧୮/୦୪ (ଓଡ଼ିଆ ପୁଅ) : ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀ ମୋଦି ୨୩ ତାରିଖ ଦିନ ୧୦ଟାରେ କେନ୍ଦ୍ରାପଡା ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ରାପଡା ସାଧାରଣ ସଭାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟାହ୍ନ ୧୨ଟାରେ ବାଲେଶ୍ୱର ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସାଧାରଣକୁ ସମ୍ଭୋଧିତ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।