ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ୨୨ ନଂ ୱାର୍ଡରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ୱରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୨ ନଂ ୱାର୍ଡର ଛଡ଼ାକ ମହଲା, ପଠାଣସାହି, ସୁଲତାନ ନଗର ଓ ମୀରସାହି ଅଞ୍ଚଳର କଂଗ୍ରେସ କର୍ମୀମାନଙ୍କୁ ନେଇ ସମସ୍ତ ଅଞ୍ଚଳ ଏହି ପଟୁଆର ବୁଲି ଘରକୁ ଘର ଯାଇ ୨୪ବର୍ଷର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କର ବିଫଳତା ଓ ସାଧାରଣ ଜନତାଙ୍କ ସମସ୍ୟାଙ୍କ ସମ୍ବଳିତ ଏକ ପ୍ରଚାରପତ୍ର ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଯୁବ କଂଗ୍ରେସ ବିଧାନସଭା ସଭାପତି ଇଲିୟାସ୍ ଅଲୀ ଖାନ୍, ନଗର ସଭାପତି ସୁଶାନ୍ତ ଦାସ, ୨୨ ନଂ ୱାର୍ଡର ପାରିଷଦ ଯମୁନା ସୋରେନ୍, କଂଗ୍ରେସ ନେତା ସେକ୍ କଲାମ୍, ସେକ୍ ସଲିମ୍, ନଜରୁଲ୍ ହୋଦା, ରିଆଜ୍ ଖାନ୍, ଅବଦୁଲ ରହିବ ଖାନ୍, ଅୟିନୁଲ ଖାନ୍, ବରିଷ୍ଠ କଂଗ୍ରେସ ନେତା ସେକ୍ ନାସିରୁଦ୍ଦିନ, ସେକ୍ ବୁଧୁ, ସେକ୍ ଇସ୍ରାକ୍, ଶାହାରୁଖ୍ ଖାନ୍, ସେନ୍ ଚନ୍ଦା, ସେକ୍ ବାବୁଲା, ସେହବାଜ୍ ଖାନ୍, ନିୟାଜ୍ ମୀର୍ଜା, ସେକ୍ ମୁସ୍ତକିମ୍ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।