Odiapua.com

୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ପ୍ରସ୍ତୁତି

ପୁରୀ ୧୧ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖିଥିବା ବେଳେ ଏନେଇ ସହରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଯଜ୍ଞ ଓ ପୂଜା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବା ସହ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ। ତେବେ ଏହାକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ମଣ୍ଡପ ନେଇ ଭୂମି ପୂଜନ ହୋଇଛି। ତେବେ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୨୨ ରେ ଅଙ୍କୁରାରୋପଣ, ୨୩ ରେ ଯଜ୍ଞ ଓ ୨୪ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ। ତେବେ ଏଥିପାଇଁ ଆଜି ଉତ୍ତର ପାର୍ଶ୍ବ ମଠ ପାଖରେ ଯଜ୍ଞ ମଣ୍ଡପ ନିର୍ମାଣ ଚାଲିଥିବା ବେଳେ ଶ୍ରୋତ୍ରୀୟ ବ୍ରାହ୍ମଣ ଓ ଦେଉଳ ପୁରୋହିତଙ୍କ ଦ୍ଵାରା ଏହା ପୂର୍ବରୁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା।