Odiapua.com

୨୨ ଜଣ କଂଗ୍ରେସ ସେବାଦଳ କର୍ମକର୍ତାଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ ପ୍ରଦାନ କରାଯିବ

ଭୁବନେଶ୍ୱର ୫-୯ (ଓଡ଼ିଆ ପୁଅ) – ସ୍ୱାଧୀନତାର ଅମୃତ ମେହାତ୍ସବ ଅବସରରେ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଦୀର୍ଘଦିନ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୨୨ ଜଣ କର୍ମକର୍ତାଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ, ଆସନ୍ତା ୧୬ ତାରିଖ ଗୁରୁବାର ଦିନ କଂଗ୍ରେସ ଭବନ ଠାରେ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ ବୋଲି ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବର୍ଦ୍ଧିତ ହେବାକୁ ଥିବା କର୍ମକର୍ତା ମାନେ ହେଲେ ସର୍ବଶ୍ରୀ ବାସୁଦେବ ପରିଡ଼ା, ରବିନ୍ଦ୍ର କୁମାର ଦେବଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ, ଯୁଗଳ କିଶୋର ବେହେରା, ରାଜକିଶୋର ରାଉତ, ସୁଶ୍ରୀ ତୃପ୍ତି ଦାସ, ଶ୍ରୀମତୀ ମଳୟ ମଞ୍ଜରି ମହାପାତ୍ର, ଶ୍ରୀମତୀ ବିଜୟ ଲକ୍ଷ୍ମୀ ମହାପାତ୍ର, ନବକିଶୋର ପଟେଲ, ଶ୍ୟାମବନ୍ଧୁ କର, ବୈଦ୍ୟନାଥ ସାହୁ, କାଳନ୍ଦୀ ଚରଣ ମହାପାତ୍ର, ବସନ୍ତ କୁମାର ମହପାତ୍ର, ଧିରେନ ଦାସ, ମାଧବ ଚନ୍ଦ୍ର ବିଶ୍ୱାଳ, ଅଶୋକ କୁମାର ଶଢ଼ଙ୍ଗୀ, ଗୋରୀ ଶଙ୍କର ମହାପାତ୍ର, ମୁରଲି ମନୋହର ଯାଦବ, ପବିତ୍ର ମୋହନ ବେହେରା, ଡମ୍ବୁରଧର ଛତ୍ରିଆ ଓ ଜୀବନ କୁମାର ମହାପାତ୍ର। ଜିଲ୍ଳା ମୁଖ୍ୟ ସଂଗଠନ ଓ ରାଜ୍ୟ ଷ୍ଟିୟରିଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଡ ଜ୍ଞାନେନ୍ଦ୍ର ଅନୁରୋଧ କରିଛନ୍ତି।