Odiapua.com

୨୨୫ କେଜି ଚୋରା ଗଞ୍ଜେଇ ଜବତ : ୪ଗିରଫ 

କଟକ, ୨୩/୧(ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକ ରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛନ୍ତି। ଅବକାରୀ କମିଶନର ଆଶିଷ ସିଂହ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସ୍କ୍ୱାଡ଼ କଟକ ମଙ୍ଗୁଳି ଛକରେ ଏକ ଟାଟା ପିକଅପ ଭ୍ୟାନରୁ ୧୫୦କେ ଜି ଗଞ୍ଜେଇ ଜବତ କରିଛନ୍ତି। ସେହିପରି ବାରଙ୍ଗ ଥାନା ତ୍ରିସୁଳିଆ ଛକରୁ ଏକ କାରରୁ ୭୫ କେ ଜି ଗଞ୍ଜେଇ ଜବତ କରାଯାଇଛି। ଏହି ବିପୁଳ ପରିମାଣ ଗଞ୍ଜେଇ ଫୁଲବାଣୀରୁ କୋଲକାତା ଯାଉଥିଲା। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଜବତ ଗଞ୍ଜେଇର ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।