Odiapua.com

୨୧ ବର୍ଷ ପରେ ଏହି ପ୍ରଶ୍ନର ଉତ୍ତର ଦେଇ ହରନାଜ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ୨୧ ବର୍ଷ ପରେ ଦେଶ ମିସ୍ ୟୁନିଭର୍ସ ଟାଇଟଲ୍ ପାଇଛି। ଇସ୍ରାଏଲରରୁ ଦେଶ ପାଇଁ ଆସିଛି ଏହି ଖୁସି ଖବର। ହରନାଜ ହୋଇପାରିଛନ୍ତି ଭାରତର ତୃତୀୟ ବ୍ରହ୍ମାଣ୍ଡ ସୁନ୍ଦରୀ। କିନ୍ତୁ ଏଠାରେ ଏକ ପ୍ରଶ୍ନ ଥିଲା ଯାହାର ଉତ୍ତର ଦେଇ ହରନାଜ ଜିତିଛନ୍ତି ଏହି ଟାଇଟଲ୍‌।
୨୧ ବର୍ଷ ପରେ ୨୧ ବର୍ଷର ଚଣ୍ଡିଗଡ଼ର ସୁନ୍ଦରୀ ହରନାଜ, ସୁସ୍ମିତା ସେନ୍‌ ଏବଂ ଲାରା ଦତ୍ତାଙ୍କ ପରେ ଦେଶର ଗୌରବ ବଢ଼ାଇଛନ୍ତି। ତେବେ ଏଠାରେ ସେ କେଉଁ ପ୍ରଶ୍ନର ଉତ୍ତର ଦେଇ ଏହି ସୌନ୍ଧର୍ଯ୍ୟ ପ୍ରତିଯୋଗିତା ଜିତିଛନ୍ତି ଜାଣନ୍ତୁ।

ପ୍ରଶ୍ନଟି କଣ ଥିଲା?

ସମସ୍ତ ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, ଚାପର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ଆପଣ କେଉଁ ପରାମର୍ଶ ଦେବେ?
ଏହି ପ୍ରଶ୍ନର ଉତ୍ତରରେ ହରନାଜ ସାନ୍ଧୁ ଉତ୍ତର ଦେଇଥିଲେଯେ, ତୁମକୁ ବିଶ୍ୱାସ କରିବାକୁ ପଡିବ ଯେ ତୁମେ ଅତୁଳନୀୟ ଏବଂ ତାହା ହିଁ ତୁମକୁ ସୁନ୍ଦର କରିଥାଏ। ବାହାରକୁ ଆସ, ନିଜ ପାଇଁ କହିବାକୁ ଶିଖ, କାରଣ ତୁମେ ତୁମର ଜୀବନର ଅଗ୍ରଣୀ। ଏହି ଉତ୍ତର ସହିତ ହରନାଜ ସାନ୍ଧୁଙ୍କ ଠାରୁ ଚଳିତ ବର୍ଷର ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ।