Odiapua.com

୨୧୬ କେଜି ଗଜେଂଇ ସହ ଦୁଇଟି ବାଇକ ଜବତ,ତିନିଜଣ ଗିରଫ

ମାଲକାନଗିରି,୧୯ା୯ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ କୁ ମିଳିଛି ଏକ ସଫଳତା ,ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ସର୍ଲୁକୋଣ୍ଡା ତେନ୍ତୁଲିଗୁଡା ରାସ୍ତାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତା ବାଟଦେଇ ଦୁଇଟି ବାଇକ ଦୃତ ଗତିରେ ପଳାଇବା ଦେଖି ପୁଲିସ ଗୋଡାଇ ଧରିଥିଲା । ବାଇକ ଟୁଇଟି ଜାଂଚ କରିବାରୁ ସେଥିରେ ଗଜେଂଇ କେକ ଥିବାର ଦେଖିବାକୁ ପାଇଥିଲେ । ଗଜେଂଇ ଚୋରାଚାଲାଣ କରିବା ଅଭି ଯୋଗରେ ତିନିଜଣ ଙ୍କୁ ପୁଲିସ ଗିରଫ କରି ଥାନାକୁନେଇ ପଚରା ଉଚାରା କରିବାରୁ ଜଣାପଡିଥିଲା ।୩ଜଣ ଯୁବକ ଏହି ଗଜେଂଇ ଗୁଡିକୁ ଛତିଶଗଡ ରାଜ୍ୟ ରାଇପୁର କୁ ଚାଲାଣ କରିବାକୁ ନେଉଥିଲେ । ପୁଲିସ ଗଜେଂଇ ଗୁଡିକୁ ମାଜଷ୍ଟ୍ରେଟ ସାମନାରେ ଓଜନ କରିଥିଲେ,୨୧୬ କେଜି ଗଜେଂଇ ହୋଇଥିଲା । ଏହି ଗଜେଂଇ ଗୁଡିକର ଆନୁମାନିକ ମୂଲ୍ୟପ୍ରାୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । ଓରକେଲ ଥାନା କେସ ନମ୍ବର ୧୭୩/୨୧ ରେ ମାମଲା ରୁଜୁକାରା ଯାଇ ଗଜେଂଇ ଚୋରାଚାଲାଣ କରିବା ଅଭିଯୋଗରେ ମାଲକାନଗରି ଜିଲ୍ଲା ଏମଭି୩୦ ଗ୍ରାମର ବରୁଣ ମଜୁମଦାର,ପରୁଣା ଓରକେଲ ଗ୍ରାମର ରାଜୁ ମାଡକାମି,ସର୍ଲୁକୋଣ୍ଡା ଗ୍ରାମର ଭିମସେନ ମାଡକାମି ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ଏସଡିପିଓ ଅଶଂମାନ ଦ୍ୱିବେଦୀ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି