Odiapua.com

୨୧୦ ଲିଟର ଦେଶୀ ମଦ ସହ ହୋଣ୍ଡା ମୋଟର ସାଇକେଲ୍ ଜବତ, ୪ ଗିରଫ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ ଏବଂ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ତିହିଡି ଥାନା ଅଧୀନସ୍ଥ ତିହିଡି ବଜାର, ପାଳିଆ ବଜାର, ଭୂୟାଁଉଆସ ଓ ମାଙ୍କଡକୋଲା ଗ୍ରାମାଞ୍ଚଳରେ ଚଢାଉ କରି ଚଢାଉ କରି ୨୧୦ ଲିଟର ଦେଶୀ ରନ୍ଧା ମଦ ଓ ଓଡି-୨୨ଏସ୍‌-୩୯୦୧ ନମ୍ବରର ଏକ ହୋଣ୍ଡା ୟୁନିକନ୍ ମୋଟର ସାଇକେଲ୍ ଜବତ କରିବା ସହ ଏଥିରେ ସଂପୃକ୍ତ ତିହିଡି ଥାନା ଅମୃତପୁର ଗ୍ରାମର ନିର୍ମଳ ବେହେରା, ଜିଝାରପୁର ଗ୍ରାମର ପ୍ରଶାନ୍ତ ମଳିକ, ମାଙ୍କଡକୋଲା ଗ୍ରାମର ରାଜେନ୍ଦ୍ର ମଳିକ, ଭୂୟାଁଉଆସର ଗୟାଧର ନାୟକଙ୍କ ଭଳି ୪ ଜଣଙ୍କୁ ଗିରଫ କରିଛନ୍ତି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ, ଦୀପକ ରାଉତ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ଓ ଅନବାଦିତ୍ୟ ବାରିକ ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।