Odiapua.com

୨୧୦ କେଜି ଗଜେଂଇ,ଅଟୋରିକ୍ସା ସହ ୨୫ହଜାର ଟଙ୍କା ଜବତ ୨ଜଣ ଗିରଫ

ମାଲକାନଗିରି,୯ା୯(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୁଲିସକୁ ମିଳିଛି ଏକ ବଡ ଧରଣର ସଫଳତା,ଗତକାଲି ରାତ୍ରରେ ଚିତ୍ରକୋଣ୍ଡା ପୁଲିସ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ସୀମାନ୍ତ ଆନ୍ଦ୍ରପ୍ରଦେଶ ସିଲେରୁ ରାସ୍ତାରେ ଏକ ଅଟୋ ରିକ୍ସା ଦୃତଗତିରେ ଯାଉଥିବା ସମୟରେ ରାଜଲକୋଣ୍ଡା ନିକଟରେ ପୁଲିସ ଗୋଡାଇ ଧରିଥିଲେ । ଅଟୋ ଜାଂଚ କରିବାରୁ ସେଥିରେ ୭ଟି ପଲିଥିନ ବସ୍ତାରେ ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ଅଟୋରେ ବସିଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଥାନାକୁ ନେଇ ପଚରା ଉଚରା କରିବାରୁ ଜଣାପଡିଥିଲା ଏହି ଦୁଇଜଣ ଚିତ୍ରକୋଣ୍ଡା ଅଚଂଳରୁ ଚୋରାରେ ଗଜେଂଇ ଆନ୍ଦ୍ରପ୍ରଦେଶ ସିଲେରୁକୁ ଚାଲାଣ କରିବା ପାଇଁ ନେଉଥିଲେ । ଗଜେଂଇ ଗୁଡିକ ଓଜନ କରିବାରୁ ୨୧୦କେଜି ହୋଇଥିଲା ।ଗିରଫ ଦୁଇଜଣ ବ୍ୟକ୍ତି ହେଲେ ଚିତ୍ରକୋଣ୍ଡା ଥାନାସ୍ଥ ବେନିୟାଗୁଡା ଗ୍ରାମର ଅଟୋ ଡ୍ରାଇଭର ଅଜୟ ମାଛା ଓ ଚିତ୍ରକୋଣ୍ଡା ପଜାଂବି ଛକରେ ରହୁଥିବା କୃଷ୍ଣ ମାଛା, ସେମାନଙ୍କ ଠାରୁ ପୁଲିସ ୨୫ହଜାର୫୫୦ଟଙ୍କା,ଗୋଟିଏ ମୋବାଇଲ ଫୋନ,୨ଟି ଆଧାର କାର୍ଡ ଜବତ କରିଛି,ଏହି ଦୁଇଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରିଯିବା ସହ ଏହି ଚୋରା ଗଜେଂଇ ଚାଲାଣ ରେ ଅନ୍ୟକାହାର ହାତ ଥାଇପାରେ ବୋଲି ସନ୍ଦେହରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରେସ ନୋଟ ମାଧ୍ୟମରେ ଚିତ୍ରକୋଣ୍ଡା ଏସଡିପିଓ ଅଶୁମାନ ଦ୍ୱିବେଦୀ ସୁଚନା ଦେଇଛନ୍ତି ।