Odiapua.com

୨୦ ନଂ ୱାର୍ଡରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଭସ୍ମୀଭୂତ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ୨୦ ନଂ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୩ ବଖରା ଘର ପୋଡି ପାଉଁଶ ହୋଇଛି । ଘଟଣାର ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ସଂପତ୍ତି ଉଦ୍ଧାର କରିପାରିନାହିଁ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୦ ନଂ ୱାର୍ଡ ବଡଶଙ୍କରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ମଦିନା ବେଗମ୍ ଓ ହାଜରା ବିବିଙ୍କର ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ନିଆଁର ପ୍ରଖର ଏତେ ଥିଲା ଯେ ଚାହୁଁ ଚାହୁଁ ଦୁଇଟି ପରିବାରର ଗୃହଗୁଡିକ ପୋଡି ପାଉଁଶ ହୋଇଯାଇଛି । ଏବେ ଶୀତଦିନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ତୁରନ୍ତ ଦୁଇ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି ।