Odiapua.com

୨୦୨୪ନୂତନ ସୂର୍ଯ୍ୟ ଉଦୟରେ କଂଗ୍ରେସର କିରଣ, ଧାମରାରେ କଂଗ୍ରେସର ମିଶ୍ରଣ ପର୍ବ ଏବଂ ସାଧାରଣ ସଭା, ଦଳ କ୍ଷମତାକୁ ଆସିଲେ ୨ଶହ ୟୁନିଟ ବିଜୁଳି ମାଗଣା

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅର୍ନ୍ତଗତ ଧାମରା ନିକଟସ୍ଥ କଇଥଖୋଲା ଠାରେ କଂଗ୍ରେସ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଚାନ୍ଦବାଲିରୁ ଏକ ବିଶାଳ ମୋଟରସାଇକେଲ ରାଲି ବାହାରି ମତୋ, ଦିଗଛିଆ, ଯଶୀପୁର,ବାଂଶଡା ହୋଇ ଧାମରା ମନ୍ଦିର ନିକଟରେ ପହଂଚିଥିଲା । ପରେ ଧାମରା ଆଠ ପଂଚାୟତର ରୁ ଆସିଥିବା କଂଗ୍ରେସକର୍ମୀ ଏହି ରାଲିରେ ସାମିଲ ହୋଇ ଜାଗୁଳା, ଦୋସିଙ୍ଗା,କରଞ୍ଜମାଳ, କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ପରିକ୍ରମା କରିବା ପରେ କଇଥଖୋଲା ଠାରେ ପହଂଚି ଥିଲେ । ପରେ କଇଥଖୋଲା ପଂଚାୟତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାରେ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ , ମୂଖ୍ୟ ଅତିଥି ଭାବେ ପିସିସି ସଭାପତି ଶରତ ପଟନାୟକ ସମ୍ମାନୀତ ଅତିଥି ଭାବେ ଓଡିଶା ପ୍ରଭାରୀ ଯଥା ଅଖିଳ ଭାରତ କଂଗ୍ରେସ ସାଧାରଣ ସଂପାଦକ ଖ୍ରିଷ୍ଟୋଫର ତିଳକ, ପିସିସି ଉପ ସଭାପତି ତଥା ଭଦ୍ରକ ଲୋକସଭା ଆସନର କଂଗ୍ରେସ ପୂର୍ବତନ ସାଂସଦ ଓ ବିଧାୟକ ଅନନ୍ତ ପ୍ରସାଦ ସେଠୀ,ଜିଲ୍ଲା ସଭାପତି ଅଶୋକ ଦାସ, ପିସିସି ର ଯୁବ ସଂପାଦକ ମନୋଜ ବିଶ୍ୱାଳ,ଜିଲ୍ଲା କଂଗ୍ରେସ ନେତ୍ରୀ ମଧୁମିତା ସେଠୀ ,ଜିଲ୍ଲା ମହିଳା ସଭାନେତ୍ରୀ ସୁଲୋଚନା ନାୟକ, ଭଦ୍ରକ ଜିଲ୍ଲା କଂଗ୍ରେସର ମୂଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର , ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର ଦିଗମ୍ବର ଦାସ,ଉମେଶ ମହାକୁଡ, ବିଜୟ ବେହେରା, ନରେନ୍ଦ୍ର ମାଇତି, ପ୍ରଭୁରାମ ଜେନା,ଦୀପକ ମାହୁନ୍ତ,ପ୍ରମୋଦ ନାୟକ ସୁରେଶ ମାହୁନ୍ତ,ବିଜୟ ଧଳ,ବିଜୟ ବେରା,ସାଧନ ବେରା ପ୍ରମୁଖ ମଂଚାସୀନ ଥିଲେ ।

ଏହି ମିଶ୍ରଣ ପର୍ବରେ ଧାମରା ୮ପଂଚାୟତର ୬ଶହରୁ ଉର୍ଦ୍ଧ ପରିବାର ଅଣ୍ୟଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ବୋଲି ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା ସୁଚନା ଦେଇଥିଲେ । କଂଗ୍ରେସର ଭାରତ ଯୋଡ ର ସଫଳ ରୂପାୟନ ପରେ ସାଧାରଣ ଜନତା ଙ୍କର କଂଗ୍ରେସ ପ୍ରତି ଦିନକୁ ଦିନ ଆସ୍ଥା ବଢୁଛି ଏବଂ ଆଗାମୀ ଲୋକସଭା ଏବଂ ବିଧାନ ସଭା ନିର୍ବାଚନରେ ସମସ୍ତ ଜନସାଧାରଣ ଏଥିପ୍ରତି ନଜର ଦେଇ କଂଗ୍ରେସ ନେତା ମାନଙ୍କୁ ଜିତାଇବାକୁ ପଛାଇବେ ନାହିଁ ବୋଲି ପିସିସି ସଭାପତି ଶରତ ପଟନାୟକ ସୂଚନା ଦେବାସହ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ପ୍ରତି ପରିବାରକୁ ୨ଶହ ୟୁନିଟ ମାଗଣାରେ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ୨୦୨୪ସାଧାରଣ ନିର୍ବାଚନରେ ନୂତନ ସୂର୍ଯ୍ୟ ଉଦୟ ହେବ ଯାହାର କିରଣ ହେବ କଂଗ୍ରେସ ସରକାର ବୋଲି ଅଖିଳ ଭାରତ କଂଗ୍ରେସ ର ସାଧାରଣ ସଂପାଦକ ଖିଷ୍ଟୋ‘ର ତିଳକ ମତବ୍ୟକ୍ତ କରିଥିଲେ । ଏହି ସାଧାରଣ ସଭାରେ ପୂର୍ବରୁ ବିଜେଡି ଏବଂ ବିଜେପି ଦଳକୁ ଯାଇଥିବା କଂଗ୍ରେସର ଆଗଧାଡିର ନେତୃବୃନ୍ଦ ପୁନଶ୍ଚ ନିଜ ଦଳ ଜାତୀୟ କଂଗ୍ରେସ କୁ ପ୍ରତ୍ୟାବର୍ତନ କରିଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀୟ ନେତା ଅମୀୟ କୁମାର ମହାପାତ୍ରଙ୍କ ନେତୃତ୍ୱ ପ୍ରତି ସେମାନେ ଆସ୍ଥା ରଖି ନିଜ ଦଳକୁ େ‘ରିଛନ୍ତି ବୋଲି ଜାଗୁଳା ପଂଚାୟତର ପୂର୍ବତନ ସରପଂଚ ସୁରେଶ ମାହୁନ୍ତ, ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ସମିତିସଭ୍ୟ ପ୍ରମୋଦ ନାୟକ ସୋନୁ ଲେଙ୍କାଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ଙ୍କୁ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିବା ବେଳେ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଜିର ଏହି ମହାମିଶ୍ରଣ ପର୍ବ ରୋଚକ ପୂର୍ଣ କରିବ ବୋଲି ଚର୍ଚା ଚାଲିଛି ।