ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ଜନଗଣନାରେ ନିୟୋଜିତ ହେବେ ୩୦ଲକ୍ଷ କର୍ମଚାରୀ ଜନଗଣନା ପାଇଁ ୮, ୭୫୪.୨୩ କୋଟି ଏବଂ ଏନପିଆର ପାଇଁ ୩, ୯୪୧.୩୫ କୋଟି ଟଙ୍କାର ବ୍ୟୟ ଅଟକଳତଥ୍ୟ ସଂକଳନ ଲାଗି ପ୍ରଥମ ଥର ପାଇଁ ବ୍ୟବହାର ହେବ ମୋବାଇଲ ଆପ
ଦେଶରେ ୨୦୨୧ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)କୁ ସଂଶୋଧନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି। ଜନଗଣନା ପାଇଁ ୮, ୭୫୪.୨୩ କୋଟି ଏବଂ ଏନପିଆର ପାଇଁ ୩, ୯୪୧.୩୫ କୋଟି ଟଙ୍କା ବ୍ୟୟ କରାଯିବ।
ଲାଭାର୍ଥୀ
ଭାରତୀୟ ଜନଗଣନା ସାରା ଦେଶରେ ହେବାକୁ ଥିବା ବେଳେ ଏନପିଆର କେବଳ ଆସାମକୁ ବାଦ ଦେଲେ ଦେଶର ଅନ୍ୟସ୍ଥାନରେ କାର୍ଯ୍ୟକାରୀ ହେବ।
ବିବରଣୀ :
ଭାରତୀୟ ଜନଗଣନା ହେଉଛି ବିଶ୍ୱର ସର୍ବବୃହତ ପ୍ରଶାସନିକ ଏବଂ ପରିସଂଖ୍ୟାନ କାର୍ଯ୍ୟକ୍ରମ। ପରବର୍ତ୍ତୀ ଦଶନ୍ଧି ଜନଗଣନା ୨୦୨୧ରେ ଅନୁଷ୍ଠିତ ହେବ ଏବଂ ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ :ଆବାସ ତାଲିକା ଏବଂ ଆବାସ ଗଣନା-ଏପ୍ରିଲ ରୁ ସେପ୍ଟେମ୍ବର, ୨୦୨୦ ଏବଂଜନଗଣନା- ୯ ଫେବୃଆରୀରୁ ୨୮ ଫେବୃଆରୀ, ୨୦୨୧ଆସାମକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଆବାସ ତାଲିକା ଓ ଆବାସ ଗଣନା ସହ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ସଂଶୋଧନ କରାଯିବ।ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ବିଶାଳ କାର୍ଯ୍ୟକ୍ରମ ପାଇଁ ୨୦୧୧ରେ ୨୮ ଲକ୍ଷ କ୍ଷେତ୍ର କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଚଳିତ ଥର ୩୦ ଲକ୍ଷ କର୍ମଚାରୀ ନିୟୋଜିତ ହେବେ।ତଥ୍ୟ ସଂଗ୍ରହ ପାଇଁ ମୋବାଇଲ ଆପ ଏବଂ ଅନୁଧ୍ୟାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ପୋର୍ଟାଲ ବ୍ୟବହାର କରାଯିବା ଯୋଗୁ ଉନ୍ନତ ଗୁଣବତା ସହିତ ଜନଗଣନା ତଥ୍ୟ ହାସଲ କରାଯାଇପାରିବ।ଗୋଟିଏ ବଟନ ଚିପିବା ମାତ୍ରେ ଡାଟା ପ୍ରେରଣ କାର୍ଯ୍ୟ ଅଧିକ ଉନ୍ନତ ଢଙ୍ଗରେ ହେବ। ଏଥିସହିତ ଏହା ବ୍ୟବହାର କରିବା ଲାଗି ମଧ୍ୟ ସହଜ ହେବ। ଫଳରେ ନୀତି ନିର୍ଦ୍ଧାରଣ ଲାଗି ଧାର୍ଯ୍ୟ ମାନକ ଅନୁରୂପ ସମସ୍ତ ଜରୁରି ସୂଚନା ତୁରନ୍ତ ଉପଲବ୍ଧ କରାଯାଇପାରିବ।ବିଭିନ୍ନ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଜନସଂଖ୍ୟା ସହ ଜଡ଼ିତ ସୂଚନା ସେମାନଙ୍କୁ ସଠିକ, ମେସିନରେ ପଢ଼ିବାଯୋଗ୍ୟ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଢାଂଚାରେ ଉପଲବ୍ଧ କରାଯାଇପାରିବ।
ରୋଜଗାର ସୃଷ୍ଟି କ୍ଷମତା ସହିତ ବ୍ୟାପକ ପ୍ରଭାବ :
ଜନଗଣନା କେବଳ ଏକ ପରିସଂଖ୍ୟାନ ପ୍ରକ୍ରିୟା ନୁହେଁ। ଏହାର ଫଳାଫଳ ସାଧାରଣ ଜନତାଙ୍କୁ ଏପରି ଭାବେ ଉପଲବ୍ଧ କରାଯିବ ଯେ ସେମାନେ ଏହାକୁ ସହଜରେ ବୁଝିପାରିବେ।ଜନସଂଖ୍ୟା ସହ ଜଡ଼ିତ ସମସ୍ତ ତଥ୍ୟ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଗବେଷଣା ସଂଗଠନ ସମେତ ସମସ୍ତ ହିତାଧିକାରୀ ଏବଂ ଉପଯୋଗକାରୀଙ୍କ ଲାଗି ଉପଲବ୍ଧ କରାଯିବ।ଜନସଂଖ୍ୟା ସହ ଜଡ଼ିତ ତଥ୍ୟକୁ ଗ୍ରାମ ଏବଂ ୱାର୍ଡ ଯେପରିକି ପ୍ରଶାସନିକ ସ୍ତରର ଅନ୍ତିମ ସଂସ୍ଥାକୁ ମଧ୍ୟ ଦିଆଯାଇପାରିବ।ଜନସଂଖ୍ୟା ସହ ଜଡ଼ିତ ତଥ୍ୟ ବ୍ଲକ ସ୍ତରର ତଥ୍ୟ ପରିସୀମା ଆୟୋଗଙ୍କୁ ମଧ୍ୟ ଉପଲବ୍ଧ କରାଯିବ ଯଦ୍ଦ୍ୱାରା ଲୋକସଭା ଓ ବିଧାନସଭ ନିର୍ବାଚନ କ୍ଷେତ୍ରର ପରିସୀମାରେ ଏହାର ଉପଯୋଗ କରାଯିବ।ସର୍ବେକ୍ଷଣ ଏବଂ ଅନ୍ୟ ପ୍ରଶାସନିକ କାର୍ଯ୍ୟ ସହ ଜଡ଼ିତ ତଥ୍ୟଗୁଡ଼ିକୁ ଜନସଂଖ୍ୟା ତଥ୍ୟ ସହ ନିଆଗଲେ ଏହା ଜନନୀତି ନିର୍ଦ୍ଧାରଣର ଏକ ସଶକ୍ତ ମାଧ୍ୟମ ହୋଇଥାଏ।ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଏକ ବଡ଼ ଫଳାଫଳ ଭାବେ ଉପାନ୍ତ ଅଂଚଳ ଠାରୁ ଆରମ୍ଭ କରି ସାରା ଦେଶରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେବ। ଏହି ଜନଗଣନା ଏବଂ ଏନପିଆର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଦିଆଯାଉଥିବା ପାରିଶ୍ରମିକ ଅତିରିକ୍ତ ହେବ। ଜନଗଣନା ଏବଂ ଏନପିଆର କାମରେ କ୍ଷେତ୍ରୀୟ ସ୍ତରରେ ୨୯୦୦ ଦିନ ଲାଗି ପାଖାପାଖି ୪୮ ହଜାର ଲୋକଙ୍କୁ ନିୟୋଜିତ କରାଯିବ। ଅନ୍ୟ ଅର୍ଥରେ କହିଲେ ଏହାଦ୍ୱାରା ପାଖାପାଖି ଦୁଇ କୋଟି ୪୦ ଲକ୍ଷ ମାନବ ଦିବସ ରୋଜଗାର ଅବସର ଉପଲବ୍ଧ ହେବ। ତଥ୍ୟ ସଂକଳନ ଲାଗି ଡିଜିଟାଲ ପ୍ରକ୍ରିୟା ଓ ସମନ୍ୱୟ ନୀତି ଆପଣାଇବା ଦ୍ୱାରା ଜିଲ୍ଲା ଓ ରାଜ୍ୟସ୍ତରରେ ବୈଷୟିକ ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ କ୍ଷମତା ବିକାଶରେ ମଧ୍ୟ ସହାୟତା ମିଳିପାରିବ। ପରବର୍ତ୍ତୀ ସମୟରେ ଏପରି ଲୋକଙ୍କ ପାଇଁ ନିଯୁକ୍ତିର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ।
କାର୍ଯ୍ୟାନ୍ୱୟନ ନୀତି ଏବଂ ଲକ୍ଷ୍ୟ :
ଜନଗଣନାର ପ୍ରକ୍ରିୟାରେ ପ୍ରତ୍ୟେକ ପରିବାରକୁ ଭେଟିବା, ପ୍ରତ୍ୟେକ ଘର ଏବଂ ସେଥିରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ଏବଂ ସମସ୍ତଙ୍କୁ ମିଶାଇ ଜନଗଣନା ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରିବା ସାମିଲ ରହିଛି। ଜନଗଣନା କରୁଥିବା ଲୋକ ସାଧାରଣତଃ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ଏବଂ ସରକାରୀ ଶିକ୍ଷକ ହୋଇଥାନ୍ତି। ଏମାନଙ୍କୁ ନିଜର ନିୟମିତ ଡ୍ୟୁଟି ବ୍ୟତିତ ଜନଗଣନା ସହିତ ଏନପିଆର କାମ ମଧ୍ୟ କରିବାକୁ ହୋଇଥାଏ। ଏହି ଲୋକମାନଙ୍କ ବ୍ୟତିତ ଜନଗଣନା କାମରେ ଜିଲ୍ଲା, ଉପଜିଲ୍ଲା ଏବଂ ରାଜ୍ୟସ୍ତରରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଥାଏ।
ଚଳିତ ଥର ଜନଗଣନା ୨୦୨୧ ଲାଗି କେତେକ ନୂତନ ପଦକ୍ଷେପ ନିଆଯାଇଛି ଯେଉଁଥିରେ :
ପ୍ରଥମ ଥର ତଥ୍ୟର ସଂକଳନ ଲାଗି ମୋବାଇଲ ଆପର ବ୍ୟବହାରଜନଗଣନା କାମରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଭାଷାରେ ସୂଚନା ଉପଲବ୍ଧ କରାଇବା ଲାଗି ଜନଗଣନା ଅନୁଧ୍ୟାନ ଓ ପରିଚାଳନା ପୋର୍ଟାଲ ବ୍ୟବସ୍ଥା।ସାଧାରଣ ଲୋକଙ୍କୁ ନିଜ ପକ୍ଷରୁ ଜନସଂଖ୍ୟା ତଥ୍ୟ ଉପଲବ୍ଧ କରାଇବା ଲାଗି ଅନଲାଇନ ସୁବିଧା ଦେବା ଏବଂ କୋଡ ଡାଇରେକ୍ଟରି ବ୍ୟବସ୍ଥା କରିବା, ଯାହାଦ୍ୱାରା ବିସ୍ତୃତ ଭାବେ ଦିଆଯାଇଥିବା ସୂଚନାକୁ ରେକର୍ଡ କରି ତଥ୍ୟର ପ୍ରକ୍ରିୟାକରଣ କାର୍ଯ୍ୟରେ ସମୟ ସଂଚୟ କରାଯାଇପାରିବ।ଜନଗଣନା ଏବଂ ଏନପିଆର କାମରେ ନିୟୋଜିତ ଲୋକମାନଙ୍କୁ ଦିଆଯାଉଥିବା ପାରିଶ୍ରମିକ ରାଶି ସାଧାରଣ ଅର୍ଥ ପରିଚାଳନା ପ୍ରଣାଳୀ (ପିଏଫଏମଏସ) ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଇବାର ବ୍ୟବସ୍ଥା ରହିଛି। ଏହା ଜନସଂଖ୍ୟା ଗଣନା ଏବଂ ଏନପିଆର ଏବଂ ଏନପିଆରରେ ହେଉଥିବା ଖର୍ଚ୍ଚର ୬୦% ହେବ।ଜନଗଣନା କାର୍ଯ୍ୟ ଲାଗି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ୩୦ଲକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ଗୁଣବତାପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯିବ ଏବଂ ଏଥିପାଇଁ ଜାତୀୟ ଏବଂ ରାଜ୍ୟ ସ୍ତରରେ ପ୍ରଶିକ୍ଷକଙ୍କୁ ପ୍ରସ୍ତୁତ କରିବା ଲାଗି ଜାତୀୟ ତଥା ରାଜ୍ୟ ସ୍ତରର ପ୍ରଶିକ୍ଷଣ ସଂସ୍ଥାର ସେବା ନିଆଯିବ।