Odiapua.com

୨୦୨୧ ଜନ ଗଣନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର ୧୭ା୧୧ (ଓଡିଆ ପୁଅ/ ବିରଞ୍ଚିନାରାୟଣ ପତ୍ରୀ)ମଙ୍ଗଳବାର ପୂର୍ବାହ୍ନରେ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ତାଲିମ କାର‌୍ୟ୍ୟକ୍ରମ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁରର ସମସ୍ତ ତହସିଲଦାର ଏବଂ ପୈାର ପରିଷଦର ନିୟୋଜିତ ଜନ ଗଣନା କର୍ମଚାରୀ ମାନେ ଠିକ ଭାବେ ଏହି କାର‌୍ୟ୍ୟ ସମ୍ପାଦନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ଜନ ଗଣନା କାର‌୍ୟ୍ୟଳୟର ଅତିରିକ୍ତ ନିର୍ଦ୍ଦେଶିକା ମିଲିତା ଦତ୍ତ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଆନୁସଙ୍ଗିକ ରେଜିଷ୍ଟର ଗୁଡିକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ପୂରଣ କରି ପଠାଇବାକୁ ପରାମର୍ଶ ଦେଇଥିଲେ। କୋଭିଡ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ହେଲା ଜନ ଗଣନା କାର୍ଯ୍ୟରେ ବାଧା ପହଞ୍ଚିଥିଲା। ଏବେ ଏହି କାର୍ଯ୍ୟ କିପରି ତ୍ୱରିତ ପ୍ରକ୍ରିୟାରେ ଚାଲିବ, ସେଥିପ୍ରତି ସବୁ କର୍ମଚାରୀ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶାଳୟର ଷ୍ଟାଟିଷ୍ଟିକାଲ ଇନ୍‌ଭେଷ୍ଟିଗେଟର ଉପେନ୍ଦ୍ର କୁମାର ନାୟକ କର୍ମଚାରୀ ମାନଙ୍କୁ ପ୍ରକ୍ଷେପକ ଜରିଆରେ ଜନ ଗଣନା କାର୍ଯ୍ୟକ୍ରମରେ ବିଭିନ୍ନ ଅଭିଲେଖ ବହି ଓ ବିବରଣୀ ଖାତାର ତଥ୍ୟ ଊପସ୍ଥାପନ କରିବା ସଙ୍ଗେ ସଙ୍ଗେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କର ଏହା ଗୁରୁ ଦାୟିତ୍ୱ ବୋଲି କହିଥିଲେ। ଏହି ତାଲିମ କାର‌୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜନ ଗଣନା ନିର୍ଦ୍ଦେଶାଳୟର ବରିଷ୍ଠ ସଂଗ୍ରାହକ ସଞ୍ଜୟ କୁମାର ମାହଳିକ, କନିଷ୍ଠ ଜନ ଗଣନା ସାଇ କଲ୍ୟାଣ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।