Odiapua.com

୨୦୧୯-୨୦ ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଅନ୍ ଲାଇନ୍ କୃଷକ ପଂଜିକରଣ ନିମନ୍ତେ ପ୍ରଶିକ୍ଷଣ କାର୍ଯକ୍ରମ

ଜଗତସିଂହପୁର: ୭/୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଆଗାମୀ ୨୦୧୯-୨୦ ଖରିଫ୍ ଋତୁରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଅନ୍ ଲାଇନ୍ କୃଷକ ପଂଜିକରଣ ପାଇଁ କ୍ଷେତ୍ରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟ କ୍ରମରେ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ମାନଙ୍କୁ ମାଷ୍ଟର ଟ୍ରେନର୍ ଙ୍କ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ଜଗତସିଂହପୁର ଠାରେ ଅଗଷ୍ଟ ୩ ତାରିଖରେ ବାଲିକୁଦା, ନାଉଗାଁ ଓ ରଘୁନାଥପୁର ବ୍ଲକ ଓ ଅଗଷ୍ଟ ୬ ତାରିଖରେ ଜଗତସିଂହପୁର, ବିରିଡି ଓ ତିର୍ତ୍ତୋଲ ବ୍ଲକର ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ମାନଙ୍କ ନିମନ୍ତେ ଅନୁଷ୍ଠିତ ହେବ। ସେହିପରି ନିୟନ୍ତ୍ରିତ ବଜାର କମିଟି ରାହାମା ଠାରେ ଅଗଷ୍ଟ୬ ତାରିଖରେ କୁଜଙ୍ଗ ଓ ଏରସମା ବ୍ଲକ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲ୍।ର ୧୦୫ଟି ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ମାନେ ପ୍ରଶିକ୍ଷଣ ଗ୍ରହଣ କରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହକାରୀ ଯୋଗାଣ ଅଧିକାରୀ, ମାର୍କେଟିଂ ଇନିସ୍ ପେକ୍ଟର, ଇନିସ୍ ପେକ୍ଟର କୋଅପରେଟିଭ୍ ସୋସାଇଟି ଡାଟା ଏଣ୍ଟ୍ରି ଅପରେଟର ଓ ପ୍ୟାକସ୍ ସେକ୍ରେଟାରୀ ମାନେ ଅଂଶ ଗ୍ରହଣ କରିବେ। ଅନ୍ ଲାଇନ୍ ଚାଷୀ ପଂଜିକରଣ ଅଗଷ୍ଟ ୬ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାରେ ଏହି ଚାଷୀ ପଂଜିକରଣ ପ୍ରକ୍ରିୟା ସଂପର୍କରେ କୃଷକ ମାନଙ୍କ ଅବଗତି ଓ ସଚେତନତା ନିମନ୍ତେ ଫ୍ଲେକ୍ସ ବ୍ୟାନ୍ ର, ମାଇକ୍ ଆନାଉନ୍ ସମେଣ୍ଟ ଓ ପ୍ରିଣ୍ଟ, ଇଲେକ୍ ଟ୍ରୋନିକ୍ ମେଡିଆ ମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରିବାକୁ ନିୟନ୍ତ୍ରିତ ବଜାର କମିଟିର ସଂପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜିଲ୍ଲା ଯୋଗାଣବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।