Odiapua.com

୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରେଳ କର୍ମଚାରୀମାନଙ୍କୁ ଉତ୍ପାଦନ ଭିତିକ ବୋନସ ପ୍ରଦାନକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୧୮-୧୯ ବର୍ଷ ଲାଗି ଯୋଗ୍ୟ ୧୧, ୫୨, ୩୦୮ ଅଣ-ଗେଜେଟେଡ ରେଳ କର୍ମଚାରୀ(ଆରପିଏଫ/ଆରପିଏସଏଫଙ୍କୁ ବାଦ ଦେଇ)ଙ୍କୁ ୭୮ ଦିନର ବେତନ ସମତୁଲ୍ୟ ଉତ୍ପାଦନ ଭିତିକ ବୋନସ (ପିଏଲବି) ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିଯୋଗୁ ସରକାରୀ ରାଜକୋଷ ଉପରେ ୨୦୨୪.୪୦ କୋଟି ଟଙ୍କାର ବୋଝ ପଡ଼ିବ। ତେବେ ଏହା ରେଳ କର୍ମଚାରୀଙ୍କ ମଧ୍ୟରେ ଉଦ୍ୟୋଗିକ ଶାନ୍ତି ବଜାୟ ରଖିବା ସହିତ ସେମାନଙ୍କୁ କାର୍ଯ୍ୟ କରିବା ଲାଗି ଅଧିକ ଉତ୍ସାହିତ କରିବ।

ଲାଭ :

ଯୋଗ୍ୟ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କାର୍ମିକମାନଙ୍କୁ ବାଦ ଦେଇ)ଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୭୮ ଦିନର ବେତନ ସମତୁଲ୍ୟ ଉତ୍ପାଦନ ଭିତିକ ବୋନସ (ପିଏଲବି) ପ୍ରଦାନ କରାଯିବା ଫଳରେ ରେଳବାଇର କାର୍ଯ୍ୟ ସମ୍ପାଦନରେ ସୁଧାର ଆସିବ। ଅଧିକ ସଂଖ୍ୟାରେ ରେଳ କର୍ମଚାରୀ କାମ କରିବା ଲାଗି ଉତ୍ସାହିତ ହେବେ। ଏହାଦ୍ୱାରା ଔଦ୍ୟୋଗିକ ଶାନ୍ତି ବଜାୟ ରଖିବା ସହିତ ଉତ୍ପାଦକତା ସ୍ତର ମଧ୍ୟ ବୃଦ୍ଧି ପାଇବ।

ରେଳବାଇର ପ୍ରଭାବଶାଳୀ ପରିଚାଳନା ପ୍ରତି ସେମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମସ୍ତ ଅଣଗେଜେଟେଡ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଉଛି।

ଅଧିକ ସଂଖ୍ୟାରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିଜନଙ୍କ ପାଇଁ ଏହି ମାନ୍ୟତା ଫଳରେ ସେମାନଙ୍କ ମଧ୍ୟରେ ସମାବେଶୀ ଓ ଏକଜୁଟ ମନୋଭାବ ବୃଦ୍ଧି ପାଇବ।