Odiapua.com

୨୦୧୧ ମସିହାରୁ ଜେଲରେ ରହି ନିର୍ଦ୍ଦୋଶରେ ଖଲାସ ହେଲେ

ଟିଟିଲାଗଡ଼ ୨୦-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦୋଷୀ ପଛେ ଦଣ୍ଡ ନ ପାଉ, ନିର୍ଦ୍ଦେ।ଶୀକୁ ଦଣ୍ଡ ନ ମିଳୁ ବୋଲି ପ୍ରବାଦ ଥିବା ବେଳେ। ବିନା ଦୋଷରେ ଦୀର୍ଘ ବର୍ଷ ଧରି ଜେଲର ଚାରି କାନ୍ଥରୁ ମୁକୁଳିଲେ ତେର ଜଣ ବ୍ୟକ୍ତି। ଏପରି ଏକ ସ୍ପର୍ଶକାତର ଘଟଣାରେ ବିନା ଦୋଷରେ ଗତ ୨୦୧୧ ମସିହାରୁ ଚଳିତ ୨୦୧୯ ବର୍ଷ ସୁଦ୍ଧା ନିଜ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇ ସୁଦ୍ଧା, ଏକ ମାମଲାରେ ଛନ୍ଦି ହୋଇ ଜେଲ ଯିବାକୁ ବାଧ୍ୟ ହୋଇଥିଲେ,୧୩ ଜଣ ଶ୍ରମିକ। ତେବେ ଅଦାଲତ ଉକ୍ତ ପରିବାରଙ୍କ ର ଏହି ଅପୂରଣୀୟ କ୍ଷତି କଣ ଫେରାଇପାରିବ? ଏ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାୟର କରାଯାଇଛି ମାମଲା। ପ୍ରକାଶ ଯେ ୨୦୧୧ ମସିହାରେ ଟିଟିଲାଗଡ଼ ସ୍ଥିତ ପାଓମେକ୍ସ ଷ୍ଟିଲ କାରଖାନାରେ ଲାଗିରହିଥିବା ଶ୍ରମିକ ଶୋଷଣ ବିରୋଧରେ ଶ୍ରମିକ ଆନ୍ଦୋଳନ ଉଗ୍ର ରୂପ ନେବା ସହ କିଛି ମୁଷ୍ଟିମେୟ ଶ୍ରମିକ ତତତ୍କାଳୀନ ଡ଼ି.ଜି.ଏମ ରାଧେଶ୍ୟାମ ରାୟଙ୍କୁ ଜୀଅନ୍ତା ଜାଳି ମାରିଦେଇଥିଲେ। ଶ୍ରମିକଙ୍କୁ ପାରିଶ୍ରମିକ ସଠିକ ନ ଦେଇ ସରକାରୀ ଆଇନ ର ଖୋଲା, ଖୋଲି ଉଲଂଘନ ର ଵିରୋଧ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଦୀର୍ଘ ଦିନ କାରଖାନା ଗେଟ ବାହାରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ସତ୍ୱେ ସୁଫଳ ନ ମିଳିବା ନେଇ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ଏପରିକି ଉକ୍ତ ଡ଼ି.ଜି. ଏମ ରାଧେଶ୍ୟାମ ରାୟଙ୍କ ଉପରେ ନିଜ ସମସ୍ତ ରାଗ ପୁଞ୍ଜିଭୁତ ହେବ ଓ କିଛି ଶ୍ରମିକ ଜଣେ ଶ୍ରମିକ ଠିକାଦାର ଙ୍କ ପ୍ରରୋଚନାରେ ପଡି ଶ୍ରୀ ରାୟ ଙ୍କୁ ଯୋଜନା ବଦ୍ଧ ଭାବେ ଜୀଅନ୍ତା ତାଙ୍କ ଅମ୍ବାସଡ଼ର କାର ଗେଟ ବାନ୍ଦ କରି ନିଆଁ ଲଗେଇ ହତ୍ୟା କରିଥିଲେ। ହେଲେ ଏହି ଘଟଣା ରେ ଥିବା ପ୍ରକୃତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ, ହେଲେ ପୋଲିସ ଅନ୍ୟ ଆନ୍ଦୋଳନ ରେ ଧାରଣ ଦେଇଥିବା ୫୨ ଜଣ ଙ୍କ ନାମରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଉକ୍ତ ମୁଖ୍ୟ ଅଭିଯୁକ୍ତ ମାନେ ଆଜି ସୁଦ୍ଧା ଫେରାର ମାତ୍ର ଜଣେ ଦୋଷୀ ସାବ୍ୟସ୍ତ ମନୋହର କୁମ୍ଭାର କୁ ଏ ଘଟଣା ରେ ସଂସ୍ଲିଷ୍ଟ ଦର୍ଶାଇ ଆଜୀବନ କାରାଦଣ୍ଡ ଶୁଣାଇ ଥିବା ବେଳେ ଅନ୍ୟ ମାନେ ଖଲାସ ହୋଇଛନ୍ତି । ତେବେ ଏ ନେଇ ଉଛନ୍ୟାୟାଳୟ ରେ ଅପିଲ କରିଛନ୍ତି। ବିଳମ୍ବିତ ନ୍ୟାୟ ଅନ୍ୟାୟ, ଆମ ସମ୍ବିଧାନର ମୌଳିକ ଅଧିକାର।