Odiapua.com

୨ୟ ଦିନରେ ରାଜ୍ୟସ୍ତରୀୟ ଗୋପାଳକୃଷ୍ଣ ମହାପାତ୍ର ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ପୁରୁଣାବଜାର ମହାବୀର ପଡିଆରେ ଆୟୋଜିତ ଗୋପାଳକୃଷ୍ଣ ମହାପାତ୍ର ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଆଜି ୪ଟି ଟିମ୍ ଅଂଶଗ୍ରହଣ କରିଥିଲେ । ପ୍ରଥମ ଇନିଂସରେ ଏସଏସଏ କ୍ଲବ୍ ଖୋର୍ଦ୍ଧା ବନାମ ବଲରାଜ ଭଂଜନଗର ମଧ୍ୟରେ ଖେଳ ହୋଇଥିଲା । ପେନାଲଟିରେ ଏସଏସଏ କ୍ଲବ୍ ଖୋର୍ଦ୍ଧା ବିଜୟ ଲାଭ କରିଛି । ତେବେ ଦ୍ୱିତୀୟ ଇନିଂସରେ ବିର୍ସା ମୁଣ୍ଡା କ୍ଲବ୍ ବାରିପଦା ବନାମ ୩ ଷ୍ଟାର କ୍ଲବ୍ ଜଗତସିଂପୁର ମଧ୍ୟରେ ଯେଉଁ ପ୍ରତିଯୋଗିତା ହୋଇଥିଲା, ସେଥିରେ ପେନାଲଟିରେ ୩ ଷ୍ଟାର କ୍ଲବ୍‌କୁ ପରାସ୍ତ କରି ବିର୍ସିା ମୁଣ୍ଡା କ୍ଲବ୍ ବିଜୟଲାଭ କରିଛି । ଆଜିର ଏହି କ୍ରୀଡାରେ ଅତିଥି ଭାବେ ସିଦ୍ଧେଶ୍ୱର ସାହୁ, ରୋଭର୍ସ କ୍ଲବ୍‌ର ହରିହର ନନ୍ଦି, ସବିର ଖାଁ, ମୁସଲିମ୍ ଜମାତର ଅବଦୁଲ ମୁକିତ ଓ ଅନୱର ଅଲ୍ଲୀ ଖାଁ, ଡାକ୍ତର ହକିମୁଦ୍ଦିନ ଖାଁଙ୍କ ସମେତ ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନର ଆବାହକ ସାଇପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ । ଆସନ୍ତାକାଲିର ଅନ୍ତିମ ଦିନରେ ସେମିଫାଇନାଲ ସହ ଫାଇନାଲ ଖେଳ ଅନୁଷ୍ଠିତ ହେବ ।