Odiapua.com

୨ୟ ଦିନରେ ଧାରଣା, ଦାବିକୁ ପ୍ରତ୍ୟାଖ୍ୟାନ କଲେ ଅଧିକ୍ଷଣ ଯନ୍ତ୍ରୀ, ଚାଲିବ ଆନ୍ଦୋଳନ

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଆଖୁଆପଦା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଧରଣା ଗୁରୁବାର ଅବ୍ୟାତ ରହିଥିଲା । ବୈତରଣୀନଦୀର କଣ୍ଟିଘାଇକୁ ସମ୍ପୁର୍ଣ୍ଣ ବନ୍ଦକରାଯିବା, ଆଖୁଆପଦା ଠାରୁ ବୈତରଣୀ ବାମପାଶ୍ୱର୍ ନଦୀବନ୍ଧକୁ କଣ୍ଟିଘାଇ ପର୍ଯ୍ୟନ୍ତ ସଂଯୁକ୍ତ କରାଯିବା, ନଦୀର ବାମପାଶ୍ୱର୍ ନଦୀବନ୍ଧକୁ ଦକ୍ଷିଣପାଶ୍ୱର୍ ସମକକ୍ଷ ଉଚ୍ଚତାରେ ନିର୍ମାଣ କରାଯିବା, ବୈତରଣୀ ନଦୀଶଯ୍ୟାକୁ ସଙ୍କୁଚିତ କରୁଥିବା ନଦୀଗର୍ଭସ୍ଥ ବେଆଇନ ଘେରିବନ୍ଧକୁ ଉଚ୍ଛେଦ କରାଯିବା ଓ ବାମପାଶ୍ୱର୍ ନଦୀବନ୍ଧର ସୁରକ୍ଷା ପାଇଁ ଗାର୍ଡୱାଲ ସହ ପଥରପ୍ୟାକିଂ କରାଯିବା ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରଖାଯାଇଥିଲା । ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଉପସଭାପତି ନାରାୟଣ ଚନ୍ଦ୍ର ବେହେରା, ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚଅକ୍ଷୟ କୁମାର ତ୍ରିପାଠୀ, ସୁବୋଧ ସାମଲ, ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସୁବ୍ରତ କୁମାର ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ କଂଗ୍ରେସ ନେତା ଗୋଲକ ବେହେରା, ଯୁବନେତା ବିଜୟଶଙ୍କର ମହାନ୍ତି, ନାରାୟଣ ଘଡେଇ, ସମିତି ସଭ୍ୟ ଗୁରୁପ୍ରସାଦ ଗିରି, ବିଘ୍ନ ଶତପଥି, ଅଶୋକ ନାୟକ, ଅନନ୍ତ ସେଠୀ, ରଘୁନାଥ ବାରିକ, ନିଳମଣୀ ପଣ୍ଡା, ପପୁ ଦାସ, ବିଦ୍ୟାଧର ଜେନା, ସଦାନନ୍ଦ ଦାସ, ପ୍ରତାପ ଦାସ, ଅଭିମନ୍ୟୁ ଜେନା, ପ୍ରଦୀପ ସାହୁ, ସୁଶାନ୍ତ ବାରିକ, ଗୌରାଙ୍ଗ ସେଠୀ, ସ୍ଥାନୀୟ ପଞ୍ଚାୟତ ମହିଳା ନେତ୍ରୀ ଦେବିକାରାଣୀ ବେହେରାଙ୍କ ସମେତ ମହିଳା ସଙ୍ଗଠନ, କୃଷକ ସଙ୍ଗଠନ ଧାରଣାରେ ବସିରହିଥିଲେ । ଜଳସମ୍ପଦ ବିଭାଗ ଆଖୁଆପଦା ଡିଭିଜନ ଅତିରିକ୍ତ ଦାଇତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ଦାବିଗୁଡିକ ସମ୍ପର୍କରେ ଧରଣାକାରୀଙ୍କ ସହ ଆଲୋଚନା କରି ଦାବିଗୁଡିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆନ୍ଦୋଳନ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।